ତିନି ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖିଲେ କନ୍ଧମାଳ ବାସୀ ।

0
643

କନ୍ଧମାଳ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):କନ୍ଧମାଳ ଜିଲ୍ଲାର ଲୋକ ମାନେ ଆଜି ଶହ ଶହ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କୁ କନ୍ଧମାଳ ପିପୁଲ୍ସ ଫୋରମ ର ସଭାପତି ରାଧାମୋହନ ଙ୍କ ଜରିଆରେ।କନ୍ଧମାଳ ଜିଲ୍ଲା ର ପ୍ରତ୍ୟକ ବ୍ଲକ ରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମର ଲୋକମାନେ ତିନି ଦଫା ଦାବି ପୂରଣ ପାଇଁ ଚିଠି ଲେଖିଛନ୍ତି ।ପିପୁଲ୍ସ ଫୋରମ ତରଫରୁ ବାରମ୍ବାର ଏହି ତିନି ଦଫା ପାଇଁ ଦାବି କରିଆସୁଛି ହେଲେ ସରକାର ଆଜି ପର୍ଯ୍ୟନ୍ତ ସରକାରୀ ମେଡ଼ିକାଲ କଲେଜ,ଫୁଲବାଣୀ କୁ ରେଲସଂଯୋଗ, ସ୍ଥାୟୀ ଜମି ପଟ୍ଟା ଯୋଗେଇ ପାରୁନାହାନ୍ତି।ବିଭିନ୍ନ ସମୟରେ ନବ ନିର୍ବାଚିତ ଏମ .ପି ମାନେ କନ୍ଧମାଳ ବାସୀ ଙ୍କୁ ସାନ୍ତ୍ବନା ଦେଲାଭଳି କେନ୍ଦ୍ରରେ କନ୍ଧମାଳ ପାଇଁ ପଦଟିଏ କହିଥାନ୍ତି ଏବଂ ତାହା ସୋସିଆଲ ମେଡିଆ ରେ ଭାଇରାଲ କରିଥାନ୍ତି ଫଳରେ କନ୍ଧମାଳ ବାସି ଉତଛାହିତ ହେଇଥାନ୍ତି କିନ୍ତୁ ଶେଷରେ ନା ମେଡ଼ିକାଲ କଲେଜ, ନା ରେଲ ସଂଯୋଗ ନା କଣ ଶେଷରେ ହତାଶ ହେଇଥାନ୍ତି ।ତେଣୁ ଏବେ କନ୍ଧମାଳ ପିପୁଲ୍ସ ଫୋରମ ର ସଭାପତି ଶ୍ରୀ ରାଧାମୋହନ ମହାପାତ୍ର ଓ କନଭେନର ବରିଷ୍ଠ ସାମ୍ବାଦିକ ଶ୍ରୀ ସୁନିଲ ପଟନାୟକ ଙ୍କ ନେତୃତ୍ୱରେ ଜିଲ୍ଲା ବାସୀ ଙ୍କୁ ଏକତ୍ର କରି ତିନି ଲକ୍ଷ ଲୋକ ତିନି ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖିବା ଅଭିଯାନ ଆରମ୍ଭ କରିଛନ୍ତି।ଅତିଶୀଘ୍ର ଦାବୀ ଗୋଡିକ କୁ ପୂରଣ କରିବା ପାଈଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି କନ୍ଧମାଳ ର ବୁଦ୍ଧିଜୀବୀ, ଆଇନ ଜୀବ, ଜନସାଧାରଣ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here