କେ. ବରିଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨ୟ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ମାଡ ଅଭିଯୋଗରେ ଫାଣ୍ଡିରେ ଏତଲା , ଡାକ୍ତର୍ କହିଲେ ତାହା ମାଡ ନୂହେଁ, ପ୍ରଧାନ ଶିକ୍ଷକବି ମାଡ ଦେବା ଘଟଣା କୁ ଅସ୍ୱୀକାର କଲେ, ପୁଲିସ ତଦନ୍ତ ବେଳେ ସହପାଠୀ ମନା କଲେ, ଶିକ୍ଷକ କହିଲେ ଘରୋଇ ଘଟଣାକୁ ନେଇ ଆକ୍ରୋଶ l

0
920

ବେଗୁନିଆପଡ଼ା -0୮/0୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ. ବରିଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ଶିକ୍ଷକ ହାତକୁ ମାଡ ମାରିବା ନେଇ ଫାଣ୍ଡିରେ ଅଭିଯୋଗ ହେବାପରେ ଘଟଣା ଏବେ ତଦନ୍ତ ପରିସର ଭୁକ୍ତ ହୋଇଛି l ଗତକାଲି ଗଞ୍ଜlମ୍ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ବର୍ଷା ପାଇଁ ସମସ୍ତ ସ୍କୁଲ ଛୁଟି ଘୋଷିତ ହୋଇଥିବା ବେଳେ ଅପରାହ୍ନରେ କେ. ବରିଡ଼ା ଗ୍ରାମର ଶିଶିର ପ୍ରସାଦ ନାମକ ଜଣେ ଅଭିଭାବକ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଥିବା ତାଙ୍କ ଝିଅ କାଜଲକୁ ଉକ୍ତ ବିଦ୍ୟାଳୟର ଶିକ୍ଷକ ଦେବବ୍ରତ ମାଝୀ ମାଡ ମାରିଥିବା ନେଇ ଏକ ସଙ୍ଗୀନ ଅଭିଯୋଗ ବେଗୁନିଆପଡ଼ା ବି ଇ ଓ ଙ୍କୁ ଦେବା ପରେ ବେଗୁନିଆପଡ଼ା ଫାଣ୍ଡିରେ ଏକ ଲିଖିତ ଏତଲା ଉକ୍ତ ଶିକ୍ଷକଙ୍କ ନାମରେ ଦେଇଥିଲେ l ଏହା ସହିତ ସେ କାଜଲକୁ ନେଇ ସୁମଣ୍ଡଳ ମେଡିକାଲ କୁ ଯାଇ ଚିକିତ୍ସା କରିଥିଲେ l ଏ ସମ୍ପର୍କରେ ଦେବବ୍ରତ ମାଝିଙ୍କ ସହ ଯୋଗଯୋଗ୍ କରିବାରେ ସେ ପ୍ରକାଶ କରିଥିଲେଯେ ଶିଶିର ପ୍ରସାଦଙ୍କ ସହ ଏକ ଜାଗା ପାଇଁ ଦୀର୍ଘଦିନ ହେବ ତିକ୍ତତା ଲlଗି ରହିଛି ଯାହାର ଫଳ ସ୍ୱରୂପ ସେ ଅକ୍ରୋଶ ମୂଳକ ଭାବେ ମୋ ନାମରେ ମିଥ୍ୟା ଅଭିଯୋଗ ଆଣିଛନ୍ତି l କିନ୍ତୁ ପ୍ରକୃତରେ ମୁଁ କାଜଲକୁ ମାଡ ମାରିନାହିଁ l ଏ ଘଟଣାରେ ସୁମଣ୍ଡଳ ମେଡିକାଲ ଡାକ୍ତର୍ ଡା. ରାଜେନ୍ଦ୍ର ପ୍ରଧାନଙ୍କ ସହ ଯୋଗାଯୋଗ କରିବା ପରେ ସେ ପ୍ରକାଶ କରିଛନ୍ତି ଯେ ଝିଅଟିର ହାତ ପାପୁଲିରେ ହୋଇଥିବା ଚିହ୍ନ ବହୁତ୍ ଦିନର l ମାଂସ ବଢ଼ିଥିବା ଯୋଗୁ ତାହା ଗୋଟା ହୋଇ ତାକୁ କଷ୍ଟ ଦେଉଥିଲା ଏଣୁ ସେଇଟିକୁ ଅସ୍ତ୍ରୋପଚାର କରି ବ୍ୟାଣ୍ଡେଜ୍ କରିଛି l କିନ୍ତୁ ତାହା କୌଣସି ବେତ ମାଡ କିମ୍ବା ଆଘାତ ଜନିତ ନୂହେଁ l ମେଡିକାଲ ରିପୋର୍ଟ୍ରେ ତାହା ଦର୍ଶାଇ ଦେଇଛି l ଏତଲା କୁ ଭିତି କରି ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଉକ୍ତ ବିଦ୍ୟାଳୟକୁ ଆଜି ଅପରାହ୍ନରେ ଯାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ l ତଦନ୍ତ ବେଳେ ପିଲାମାନେ କୌଣସି ମାଡ ହୋଇନାହିଁ ବୋଲି ପୁଲିସଙ୍କୁ କହିଥିବା ବେଳେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରଜିତ୍ ବିଶୋୟୀ ମଧ୍ୟ ମାଡ ଘଟଣାକୁ ଅସ୍ୱୀକାର କରିଛନ୍ତି l ଗତକାଲି ସନ୍ଧ୍ୟାରେ ବେଗୁନିଆପଡ଼ା ଫାଣ୍ଡିରେ ଶିଶିରଙ୍କ ଏତଲାକୁ ଭିତ୍ତି କରି ଦେବବ୍ରତଙ୍କ ବିରୁଦ୍ଧରେ ଏକ ମାମାଲା ରୁଜ୍ଜୁ କରିଥିବା ବେଳେ ଘଟଣା କେଉଁ ଦିଗକୁ ଯିବା ତାହା ସନ୍ଦେହ ଘେରରେ ରହିଛି l ସେପଟେ ବେଗୁନିଆପଡ଼ା ବି ଇ ଓ କମଳା କାନ୍ତ ସାହୁଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରକାଶ କରିଛନ୍ତି ଯେ ଏହି ତଦନ୍ତ ଦାୟିତ୍ୱ ଏ ବି ଇ ଓ ଙ୍କୁ ଦିଆଯାଇଛି ସେ ରିପୋର୍ଟ୍ ଦେବା ପରେ ଜଣାପଡିବ l ଏହି ସଙ୍ଗୀନ ଘଟଣା ର ମୋଡ ଉପରେ ସମସ୍ତଙ୍କ ନଜର ରହିଛି l ତେବେ ଶିକ୍ଷକଙ୍କ ଉପରେ କେସ ନମ୍ବର ୨୦୪/୧୯ ରେ ଏକ ମାମଲା ରୁଜୁ ହୋଇଥିବା ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here