ଦୁର୍ଦ୍ଧାନ୍ତ ଅପରାଧୀ କାଳୁ ଗିରଫ, ବୋମା ଜବତ।

0
817

ଆସିକା,୦୮/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଗଂଜାମ ପୋଲିସକୁ ମିଳିଛି ବଡ଼ ସଫଳତା। ଆସିକା ପୋଲିସ ଦ୍ଵାରା ଗିରଫ ହୋଇଛି ଦୁର୍ଦ୍ଧାନ୍ତ ଅପରାଧି କାଳୁ ବିଶ୍ୱାଳ। ଗିରଫ କାଳୁ ନାମରେ ଗଂଜାମ ଜିଲ୍ଲାର ବିଭିନ୍ନ ଥାନାରେ ହତ୍ୟା, ହତ୍ୟାଉଦ୍ୟମ,ଡକାୟତି ଓ ରାହାଜାନୀ ଭଳି ୧୨ରୁ ଅଧିକ ସଙ୍ଗିନ ମାମଲା ରହିଛି। ସେଥି ମଧ୍ୟରୁ ୫ରୁ ଅଧିକ କେବଳ ହତ୍ୟା ମାମଲା। ଗିରଫ କାଳୁ ନିକଟରୁ ଆସିକା ପୋଲିସ ଗୋଟିଏ ଅଫୁଟା ବୋମା ଓ ୫ହଜାର ଟଙ୍କା ଜବତ କରିଛି। ଗତରାତିରେ ଆସିକା ଥାନାର ନୂତନ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ ସଦଳବଳେ ପେଟ୍ରୋଲିଂ କରୁଥିବା ସମୟରେ କାଳୁ ସମ୍ପର୍କରେ ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲେ। ଏବଂ ଦୁର୍ଦ୍ଧାନ୍ତ କାଳୁକୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ କାଳୁକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here