ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା

0
650

କଟକ,୮|୮(ନ୍ୟୁଜଏକ୍ସଟ୍ରାବ୍ୟୁରୋ): ୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର ହେଉଛନ୍ତି ବିଜୟ କୁମାର ଶର୍ମା ।ଆଜି ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ । କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ପୂର୍ବତନ ପୋଲିସ ଡିଜି ଆର.ପି. ଶର୍ମା । ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ହେବା ପରେ ବର୍ତ୍ତମାନର ଅଗ୍ନିଶମ ବିଭାଗ ଡିଜି ବି.କେ ଶର୍ମାଙ୍କୁ ଇନଚାର୍ଜ ଡିଜିପି ଭାବେ ଦାୟିତ୍ୱ ଦିଆଯାଇଛି ।ଓଡ଼ିଶା କ୍ୟାଡରରେ କାର୍ଯ୍ୟ ଆରମ୍ଭ କରି ସୁନ୍ଦରଗଡ଼, ଫୁଲବାଣୀ ଓ ସମ୍ବଲପୁର ଏସ୍ପି ଭାବେ କାର୍ଯ୍ୟ ତୁଲାଇଛନ୍ତି । ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଭୁବନେଶ୍ୱର-କଟକର ପୋଲିସ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ରାଜ୍ୟରେ କ୍ରାଇମବ୍ରାଞ୍ଚ, ସିଆଇଡିର ଆଇ.ଜି ଭାବେ ମଧ୍ୟ ଦାୟିତ୍ୱରେ ଥିଲେ ।

LEAVE A REPLY

Please enter your comment!
Please enter your name here