ଗଜପତି ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରୁ ଅଟୋ ସହିତ ଗଞ୍ଜେଇ ଜବତ; ୪ ଗିରଫ

0
291

ପାରଳାଖେମୁଣ୍ଡି : ଗଜପତି ଓ ଗଞ୍ଜାମ ଜ଼ିଲ୍ଲାର ସୀମାନ୍ତ କନ୍ଧଗଣି ଛକ ନିକଟରୁ ଏକ ଅଟୋ ନଂ OD 07 AF 2874 ରୁ 81 କେଜି ଗଞ୍ଜେଇ ଜବତ କରିଛି ମୋହନା ପୋଲିସ । ମୋହନା ଥାନା ଏସ୍. ଆଇ ଜୋଛନା ରାୟ ପୋଲିସ କର୍ମଚାରୀ ଙ୍କ ସହ ପେଟ୍ରୋଲିଂ କରିବା ସମୟରେ ଗୋଟିଏ ଆଟୋଟିକୁ ସନ୍ଦେହ ଜନକ ଅବସ୍ଥା ରେ ଅଟକାଇ ଯାଞ୍ଚ କରିଥିଲେ ଏବଂ ଯାଞ୍ଚ କରିବା ବେଳେ ସେହି ଆଟୋରୁ ୮୧ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଘଟଣା ସ୍ଥଳରେ ସେହି ଆଟୋକୁ ଜବତ କରିବା ସହିତ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ମୋହନା ପୋଲିସ ମୋହନାର ସନାତନ ଦଳେଇ, ଅବଦୁଲ୍ ରାହିଲ୍, କେଶରୀଗୁଡା ଗ୍ରାମର ଜୋସୁଆ ଗମାଙ୍ଗ ଏବଂ କିଲୁ ଗମାଙ୍ଗ। ଏହି ଚାରି ଜଣ ଅଭିଯୁକ୍ତ ମାନଙ୍କ ଠାରୁ ତିନୋଟି ମୋବଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି । ଏନେଇ ମୋହନା ଥାନା କେସ୍ ନଂ 55/22 ରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପରେ ଜେଲକୁ ପଠାଆଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ଆନୁମାନିକ ୮ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ମୋହନା ପୋଲିସ ସୂଚନା ଦେଇଛନ୍ତି ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here