ବଟି ମାଗିବା ଅଭିଯୋଗରେ ୧ ଗିରଫ, ବନ୍ଧୁକ ଓ ୫ ଜୀବନ୍ତ ଗୁଳି ଉଦ୍ଧାର

0
478

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ହିଞ୍ଜିଳି କାଟୁ ଥାନା ଅଧୀନ ଗିରିଆ ଗ୍ରାମର ଯୁବକଙ୍କୁ ବଟି ମାଗିବା ମାହଙ୍ଗା ପଡିଛି l ପୋଲିସ ପ୍ରଶାସନ ତରଫରୁ ସହରକୁ ଅପରାଧ ମୁକ୍ତ କରିବା ଲାଗି ଅହରହ ପ୍ରୟାସ କରୁଥିବା ବେଳେ ବହୁ ଦିନ ପରେ ପୁଣି ହିଞ୍ଜିଳି କାଟୁ ଥାନାରେ ହୋଇଛି ସଂଗୀନ ଅଭିଯୋଗ l ମିଳିଥିବା ସୂଚନା ଅନୁଯାୟୀ ଗିରିଆ ଗ୍ରାମର ଅମର ପ୍ରଧାନ ନାମକ ଜଣେ ଯୁବକଙ୍କୁ ନଳବଣ୍ଟl ଗ୍ରାମର ମୁକେଶ ପ୍ରଧାନ ନାମକ ଜଣେ ଯୁବକ 50, 000 ହଜାର ଟଙ୍କା ବନ୍ଧୁକ ମୁନରେ ଧମକାଇ ଦାଦା ବଟି ଦେବା ଲାଗି ବାଧ୍ୟ କରିଥିଲା l ଏହା ପରେ ଗିରିଆ ଗ୍ରାମର ଅମର ପ୍ରଧାନ ହିଞ୍ଜିଳି ଥାନାରେ ଅଭିଯୋଗ ପରେ ହିଞ୍ଜିଳି ପୋଲିସ ତଦନ୍ତ ସମୟରେ ନଲବଣ୍ଟl ଗ୍ରାମର ମୁକେଶ ପ୍ରଧାନ ପାଖରୁ ଗୋଟିଏ ବନ୍ଧୁକ ସହ 5 ଜୀବନ୍ତ ଗୁଳି ଓ ବାଇକ ଜବତ କରିଛି l ଏଥି ସହ ଅଭିଯୁକ୍ତ ମୁକେଶ ପ୍ରଧାନ ଙ୍କୁ ଗିରଫ କରି 429/ 20 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here