ସଭିଙ୍କ ମିଳିତ ପ୍ରୟାସ ହିଞ୍ଜିଳିକାଟୁକୁ ସ୍ୱଚ୍ଛତାରେ ୧ନଂ କରିବ

0
278

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ଗଞ୍ଜାମ ଜିଲ୍ଲାରେ ହିଞ୍ଜିଳିକାଟୁ ପୌର ପରିଷଦକୁ ସ୍ୱଚ୍ଛ ସର୍ବେକ୍ଷଣ – ୨୦୨୧ ରେ ଶ୍ରେଷ୍ଠ ତଥା ପ୍ରଥାମ ସ୍ଥାନରେ ରଖିବା ପାଇଁ ବୃନ୍ଦାବନ ଷ୍ଟାଡିୟମ ପରିସରରେ ହିଞ୍ଜିଳି ପୌରାଞ୍ଚଳ ଅଧିକାରୀଙ୍କ ଅଧ୍ୟକ୍ଷତାରେ “ମୁଁ ସ୍ୱଚ୍ଛ, ସ୍ୱଚ୍ଛ ମୋ ସହର” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପୂର୍ବରୁ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଲାଗି ପୌରାଞ୍ଚଳର ୨୧ଟି ୱାର୍ଡରେ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ମୋ ୱାର୍ଡ ଗଠନ କରାଯାଇଥିବା ବେଳେ ସହରର ପ୍ରତି ଘରକୁ ପାନୀୟ ଜଳ ସୁବିଧା, ଡ୍ରେନେଜ ସହ କିଭଳି ଘରୁ ବାହାରୁଥିବା ବର୍ଜ୍ୟ ବସ୍ତୁକୁ ଏଣେତେଣେ ନଫୋପାଡ଼ି ନାଲି ଓ ନିଳ ଡବାରେ ରଖିବା ସହ ସଫେଇ ଗାଡ଼ିରେ ଜମା ଦେବା ଏବଂ କିଭଳି ପ୍ରତି ୱାର୍ଡ ଓ ପୋୖରାଞ୍ଚଳ ସ୍ୱଚ୍ଛତା ସମ୍ପାଦନ ହୋଇ ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ପ୍ରଥମ ସ୍ଥାନ ହାସଲ କରିବ ସେ ବିଷୟରେ ମୁଖ୍ୟ ଅତିଥି ଗଞ୍ଜାମ ଜିଲ୍ଲାପାଳ ସହର ବାସୀଙ୍କୁ ଉଦବୋଧନ ଦେଇଥିଲେ। ସହରକୁ ସ୍ୱଚ୍ଛ କରିବା ସକାଶେ ପ୍ରତିବର୍ଷ ୧୦୦ ଘଣ୍ଟା ବ୍ୟୟ କରିବା ପାଇଁ ଅଞ୍ଚଳବାସୀଙ୍କ ଅଙ୍ଗୀକାରବଦ୍ଧତାକୁ ବଢାଇବା ପାଇଁ ଏକ ଶପଥ ପାଠ କରାଯାଇଥିଲା। ଏକ ସୁନ୍ଦର ମାସ୍କଟ ଜରିଆରେ ସବୁଜ ଓ ନୀଳ ରଙ୍ଗ ଡଷ୍ଟବିନ ବ୍ୟବହାର ସମ୍ବନ୍ଧରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଭରତ ମହାପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ସ୍ଥାନୀୟ ତହସିଲଦାର ଡଃ. ପ୍ରଭାତ କୁମାର ପରିଡ଼ା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଭାରପ୍ରାପ୍ତ ଥାନାଧିକାରୀ ଅଭିମନ୍ୟୁ ଦାଶ ପ୍ରମୂଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ହରିହର ସାହୁ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, କିରଣ କୁମାର ପଟ୍ଟନାୟକ, ଅଜୟ ମହାରଣା, ଦେବାନନ୍ଦ ମହାପାତ୍ର, ଭୀମସେନ ବେହେରା ପ୍ରମୂଖଙ୍କ ସମେତ ଅଞ୍ଚଳର ବହୁ ନେତା, ବୁଦ୍ଧିଜୀବୀ ଏବଂ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here