ହିଞ୍ଜିଳିରେ ବିଜେପିର ପ୍ରଶିକ୍ଷଣ ଶିବିର

0
283

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ସ୍ଥାନୀୟ କନକ ଦୁର୍ଗା କଲ୍ୟାଣ ମଣ୍ଡପ ଠାରେ ରବିବାର ହିଞ୍ଜିଳି ବିଜେପିର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ନଗର ମଣ୍ଡଳ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରର ଉଦଘାଟନୀ ସତ୍ରରେ ଆସ୍କା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମହେଶ ମହାନ୍ତି, ପୂର୍ବତନ ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ର, ରାଜ୍ୟ କାର୍ଯ୍ୟକାରୀଣି ସଭ୍ୟ ସୁରଥ ବିଶ୍ୱାଳ, ସରୋଜ ସାବତ, ଶିଶିର ମିଶ୍ର, ଘୁମୁସର ଜିଲ୍ଳା ପୂର୍ବତନ ସାଧାରଣ ସମ୍ପାଦକ ପ୍ରତାପ ନାୟକ, ମଣ୍ଡଳ ପ୍ରଶିକ୍ଷଣ ଶିବିର ସଂଯୋଜକ ପବିତ୍ର ନାୟକ, ପୂର୍ବତନ ନଗର ମଣ୍ଡଳ ସଭାପତି ମାଧବ ଗୌଡ଼ ପ୍ରମୂଖ ମଞ୍ଚାସୀନ ଥିଲେ। କୋଭିଡ ନିୟମ ଅନୁଯାୟୀ କମ ସଂଖ୍ୟକ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଶିବିର ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ ପତ୍ରୀ, ବିଜୟ ସ୍ୱାଇଁ, ଆକାଶ ପଟ୍ଟନାୟକ, ଉମାକାନ୍ତ ପାଢ଼ୀ ପ୍ରମୂଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here