ଅନଲାଇନରେ କମିଶନ ନେଇ ଟ୍ରେନ ଟିକେଟ ବିକ୍ରି କରୁଥିବା ବ୍ୟକ୍ତି ଗିରଫ

0
268

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ବ୍ରହ୍ମପୁର ରେଳ ବିଭାଗ ପୋଲିସ ଥାନା ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ସବ-ଇନ୍ସପେକ୍ଟର ସି.କେ.ତିୱାରୀ ଙ୍କ ନେତୃତ୍ବରେ ରେଳ ବିଭାଗ ପୋଲିସ ଫୋର୍ସ ଫେବୃୟାରୀ ୯ ତାରିଖ ଦିନ କୁଠାରୀ ମନ୍ଦିର ସାହିରେ ଚଢ଼ାଉ କରି ରେଳ ବିଭାଗର ବିନା ସ୍ୱୀକୃତିରେ କମିଶନ ନେଇ ଟ୍ରେନ ଟିକେଟ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରିଫ କରାଯାଇଥିବା ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ ରେଳ ବିଭାଗ ପୋଲିସ ଚଢ଼ାଉ କରି କୁଠାରି ମନ୍ଦିର ସାହିର ଲକ୍ଷ୍ମୀ ସଦେଇଙ୍କୁ ଗିରଫ କରି ଇଣ୍ଡିଆନ ରେଳୱେ କେଟରିଂ ଏଣ୍ଡ ଟୁରିଜିମ୍ ର ପ୍ରର୍ଶନାଲ ଲାଇଫ ୟୁଜେର ଆଇଡି ବ୍ୟବହାର କରି ଆଗକୁ ଯିବାକୁ ଥିବା ୬୮୨୮.୫୨ ଟଙ୍କାର ୯ ଟି ରିଜର୍ଭ ଟିକେଟ ଜବତ କରିବା ସହ ୨୭୯୪୪.୦୪ ଟଙ୍କାର ୪୦ ଟି ପୁରୁଣା ରିଜର୍ଭ ଟିକେଟ ଜବତ କରାଯାଇଥିବା ରେଳ ବିଭାଗ ପୋଲିସର ପ୍ରକାଶ କରିଛନ୍ତି। ଏନେଇ ବ୍ରହ୍ମପୁର ରେଳ ବିଭାଗ ପୋଲିସ ଥାନା କେସ ନଂ ସି୩ସି/୧୭/୨୦୨୧ ତାରିଖ ୦୯/୦୨/୨୦୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ୧୦ ତାରିଖ ଦିନ ଗିରଫ ଲକ୍ଷ୍ମୀକୁ ବ୍ରହ୍ମପୁର କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here