ବ୍ରହ୍ମପୁରରେ ପୁଣି ନକଲି ଗୁଟଖା କାରଖାନା ଠାବ। ଯନ୍ତ୍ରପାତି ସହ କଞ୍ଚାମାଲ ସହ ଜଣେ ଗିରଫ।

0
1033

ବ୍ରହ୍ମପୁର,୦୮/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ବ୍ରହ୍ମପୁର ସହରରେ ରୀତିମତ ବିଭିନ୍ନ ସାମଗ୍ରୀର ନକଲି ତଥା ଚୋରା କାରବାର ଚାଲିଥିବାବେଳେନିୟମିତ ବ୍ୟବଧାନରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଉଛି। ତେବେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏହି କାରବାରକୁରୋକିବା ସମ୍ଭବପର ହେଉନାହିଁ।

ସବୁଠାରୁ ବଡ଼କଥା ହେଉଛି ଏହି ନକଲି ବା ଚୋରା କାରବାର ସାଧାରଣତଃ ବଡବଜାର ଓ ସଦର ଥାନା ଇଲାକାରେ ହୋଇଥାଏ। ଏବଂ କିଛିଦିନର ନୀରବତା ପରେ ବର୍ତ୍ତମାନ ଉଭୟ ଥାନା ପୋଲିସ ସକ୍ରିୟ ହୋଇଉଠିଛି। ଗତ କିଛିଦିନ ହେଲା କ୍ରମାଗତ ନକଲି ଗୁଟଖା କାରବାର ଉପରେ କଡାନଜର ରଖି ଚଢ଼ାଉ ଜାରି ରଖିଛନ୍ତି। ଆଜିପୁଣି ବଡବଜାର ଥାନା ପକ୍ଷରୁ ପାଣିଗ୍ରାହୀ ପେଣ୍ଠ ସହିରେ ଚାଲିଥିବା ଏକ ନକଲି ଗୁଟଖା କାରଖାନାର ସନ୍ଧାନ ପାଇ ଚଢ଼ାଉ କରାଯାଇଥିଲା।

ଘଟଣାସ୍ଥଳରୁ ଗୁଟଖା ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରୀ, ସରଞ୍ଜାମ ତ ପ୍ରସ୍ତୁତ ହୋଇସାରିଥିବା ଗୁଟଖା, ମେସିନ ଆଦିକୁ ପୋଲିସ ଜବତ କରିଛି। ଏଥିରେ ସମ୍ପୃକ୍ତ ହରି ଦାଶ ନାମକ ଜଣେ ବ୍ୟକ୍ତିଙ୍କୁ ବଡବଜାର ଥାନା ପୋଲିସ ଗିରଫ କରିଥିବା ବ୍ରହ୍ମପୁର ଅତିରିକ୍ତ ଏସ ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here