ଚିକିଟି ତହସିଲଦାରଙ୍କୁ ଦୁର୍ବ୍ୟବହାର ଓ ଧମକ ମାମଲାରେ ଯୁବକ ଗିରଫ

0
1818

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଚିକିଟି ତହସିଲଦାର ବିଶ୍ବରଞ୍ଜନ କହଁରଙ୍କୁ ଦୁର୍ବ୍ୟବହାର ଓ ଧମକ ଚମକ ମାମଲାରେ କେ . ନୂଆଗାଁ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଯୁବକ ହେଲେ ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ କୁମରଡା ଗ୍ରାମର ରବିନ୍ଦ୍ର ରଣା ବୋଲି ସୂଚନା ମିଳିପାରିଛି । ଖବରପ୍ରକାରେ , ଚିକିଟି ଇଲାକାରେ ବେଆଇନ ବାଲି ଚୋରାଚାଲାଣ ବୃଦ୍ଧି ପାଉଥିବା ବେଳେ ବାଲି ମାଫିଆ ମାନେ ବାହୁଦା ନଦୀରୁ ବେଧଡକ ଭାବେ ଆନ୍ଧ୍ର ସମେତ ଅନ୍ୟାନ୍ୟ ଅଞ୍ଚଳକୁ ବାଲି ଚୋରାଚାଲାଣ କରୁଥିବା ବିଭିନ୍ନ ସମୟରେ ନଜର ଆସୁଥିବା ଜଣାପଡିଛି । ତେବେ ଗତ ୧୫ ତାରିଖ ସକାଳ ପ୍ରାୟ ୮ ଟାରେ ତହସିଲଦାର ଏବଂ ଚିକିଟି ରାଜସ୍ବ ନୀରିକ୍ଷକ ବଳରାମ ପ୍ରଧାନ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ସଦସ୍ୟ ଭାବେ ପେଟ୍ରୋଲିଂ କରୁଥିବା ବେଳେ ଚିକିଟି ବିଦ୍ୟୁତ କାର୍ଯ୍ୟାଳୟ ଛକରେ ଏକ ବାଲି ବୋଝେଇ ଟ୍ରାକ୍ଟର ନଂ.ଓଡି ୦୭ – ୯୫୮୬ କୁ ଜବତ କରି ବାଲି ଚାଲାଣ ସମ୍ପର୍କରେ କାଗଜ ପତ୍ର ତନଖି କରିଥିଲେ । ବାଲି ଚାଲାଣ ପାଇଁ ସଠିକ ୱାଇ ଫର୍ମ ନଥିବାରୁ ତହସିଲଦାର ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ତହସିଲ କାର୍ଯ୍ୟାଳୟ ପରିସରକୁ ନେଇଥିଲେ । କିଛି ସମୟ ପରେ ଅଭିଯୁକ୍ତ ରବି ଓରଫ ରବିନ୍ଦ୍ର ତାଙ୍କ ମୋବାଇଲ ଫୋନ ନଂ. ୬୩୭୨୬୬୭୨୩୦ ଯୋଗେ ତହସିଲଦାର ଏବଂ ରାଜସ୍ବ ନୀରିକ୍ଷକଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ । ଏନେଇ ତହସିଲଦାର କେ.ନୂଆଗାଁ ଥାନାରେ ଏତଲା ଦେବା ପରେ ଆଇ ଆଇ ସି ମୃତ୍ୟୁଞ୍ଜୟ ସ୍ୱାଇଁ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ । ଗିରଫ ଭୟରେ ଅଭିଯୁକ୍ତ ଘଟଣା ପରଠାରୁ ଫେରାର ଥିଲେ।ଶୁକ୍ରବାର ସେ ଗାଁ କୁ ଫେରିଥିବା ଖବରପାଇ ପୋଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ମୋବାଇଲ ଫୋନ ଜବତ କରିଥିବା ଜଣାପଡିଛି । ତେବେ ଆଜି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଥାନା ମାମଲା ନଂ.୨୫୦/୨୩ ଅନୁଯାୟୀ କୋର୍ଟ ଚାଲାଣ କରିଥିଲା । ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here