ହିଂଜିଲିକାଟୁ ମାଣିକ ନଗରର ଏକଘରୁ ଅଧ୍ୟାପକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
4584

ହିଂଜିଳି,୦୮ /୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):ହିଂଜିଲି କାଟୁ ଥାନା ମାଣିକ ନଗରର ଏକ ଘରର ଉପର ମହଲାରୁ ଜଣେ ଅଧ୍ୟା ପକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଭଦ୍ରକ ଦୋଶି ଗ୍ରାମର ରାଜେନ୍ଦ୍ର କୁମାର ଭୂୟାଁ। ସେ କଙ୍କରଡା ବିଜ୍ଞାନ ମହାବିଦ୍ୟାଳୟର ଭୌତିକ ବିଜ୍ଞାନର ଅଧ୍ୟାପକ। ଗତ ୨୨ ଦିନ ହେଲା ସେ ମାଣିକ ନଗର ଘରେ ଭଡାରେ ରହୁଥିଲେ। ଗତ ୧୫ ଦିନ ହେଲା ସେ ଘରୁ କୁଆଡେ ଯାଇନଥିଲେ। ଘରେ ତାଲା ପଡି ରହିଥିଲା। ଆଜି ସେ ଘରୁ ଦୁର୍ଗନ୍ଧ ବହାରିବାରୁ ଘର ମାଲିକ ଏ ନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ଦେଖିଲା ବେଳକୁ ଘର ତାଲା ଭିତର ପଟୁ ବନ୍ଦ ରହିଥିଲା। ପୋଲିସ କବାଟ ଭାଙ୍ଗି ଭିତରେ ପଶିଥିଲା। ଭିତରେ ରାଜେନ୍ଦ୍ର ଙ୍କ ଝୁଲନ୍ତା ଶବ କୁ ଦେଖିବାକୁ ପାଇଛି। ଶବ ଟି ପ୍ରାୟତଃ ଗଳିତ ଅବସ୍ଥାରେ ରହିଛି। ମୃତ୍ୟୁର ବହୁ ଦିନ ହୋଇଥିବାରୁ ଏଭଳି ଗଳିତ ହୋଇଥାଇପାରେ ବୋଲି ଆଶଙ୍କା କରୁଛି। କିଭଳି ମୃତ୍ୟୁ ହୋଇଛି ଓ ମୃତ୍ୟୁର କାରଣ କିଛି ର ଯାଏଁ ଜଣାପଡିନି। ପୋଲିସ ଶବ କୁ ଜବତ କରି ବ୍ରହ୍ମପୁର ଏମକେସିଜି ମେଡିକାଲ ପଠାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି

LEAVE A REPLY

Please enter your comment!
Please enter your name here