ଜମି ମାଫିଆଙ୍କ ଦ୍ବାରା ସରକାରୀ ଜମି ହଡ଼ପ ପାଇଁ ଚକ୍ରାନ୍ତ ,କିନ୍ନରଙ୍କୁ ଉକ୍ତ ସ୍ଥାନରେ ଥଇଥାନ କରିବାକୁ ତହସିଲଦାରଙ୍କ ପ୍ରତିଶ୍ରୁତି

0
317

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ତହସିଲ ଅନ୍ତର୍ଗତ କେଶପୁର ରାଜସ୍ବବିଭାଗ ଅଧିନସ୍ତ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ବରେ ଥିବା ଏକ ସରକାରୀ ଜମିରେ ପୋଲିସ ବିଟ୍ ହାଉସ ନିର୍ମାଣ କରିବା ପାଇଁ ପ୍ରଶାସନ ତରଫରୁ ଚିହ୍ନଟ କରାଯାଇଥିଲା । ପୋଲିସ ବିଟ୍ ହାଉସ ପ୍ରତିଷ୍ଠା ବିଳମ୍ବ ହେବା ପରେ ଉକ୍ତ ଜମି ପଛପଟେ ବ୍ୟକ୍ତିଗତ ମାଲିକାନାରେ ଥିବା ଉକ୍ତ ଚାଷ ଜମିକୁ କିଛି ଜମି ଦଲାଲ ପ୍ରୟୋଗ କରି ଘରବାରୀ ପ୍ଲଟ ରୁପେ ପରିଣତ କରି ବିକ୍ରୟ କରିବାକୁ ଚେଷ୍ଟା କରୁଛନ୍ତି । ଅପର ପକ୍ଷେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରାପଲ୍ଲୀ ଟୋଲ ଗେଟ୍ ନିକଟରେ ଅସ୍ତାୟୀ ଭାବେ ରହୁଥିବା ମା ବାହୁତି କିନ୍ନର ସଂଘର ସଭ୍ୟା ମାନଙ୍କୁ ପୁନରବାସ ନିମନ୍ତେ ଉକ୍ତ ସରକାରୀ ଜାଗା ରେ ସ୍ଥାୟୀ ଜମିପଟା ପ୍ରଦାନ କରିବାକୁ ପ୍ରତିସୃତି ଦେଇଥିବାର କିନ୍ନର ସଂଘ ସଭାପତି ରାଜେଶ୍ୱରୀ କିନ୍ନର ପ୍ରକାଶ କରିଛନ୍ତି । ଘରୋଇ ମାଲିକାନାରେ ଥିବା ପ୍ଲଟକୁ ଉକ୍ତ ସରକାରୀ ଜମି ଏକ ମାତ୍ର ରାସ୍ତା ହୋଇଥିବା ଯୋଗୁଁ ଏହାକୁ କବଜା କରି ବେନିୟମ ଭାବେ ରାସ୍ତା ନିର୍ମାଣ ପାଇଁ ଗତ ୪ ଦିନ ତଳେ ଜମି ମାଫିଆ ମାନଙ୍କ ଜୈନିକ ଦଲାଲ ଜେସିବି ମେସିନ ଲଗାଇ ସମତୁଲ କରୁଥିଲେ । ଏ ସଂପର୍କରେ ଖବରପାଇ କିନ୍ନର ସଂଘର ସମସ୍ତ ସଭ୍ୟା ଘଟଣା ସ୍ଥଳରେ ପହଞ୍ଚିବା ପରେ ଜମି ଦଲାଲ ସହ ପ୍ରବଳ ଉଚବାଚ ହୋଇଥିଲା । ହେଲେ ଗତ କାଲି କିନ୍ନର ସଂଘ ତରଫରୁ ସ୍ଥାନୀୟ ପୋଲିସ ଏ ସଂପର୍କରେ ଖବର ପାଇ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ, ଏସଡିପିଓ ଗୌତମ କିଶାନ , ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ , ରମ୍ଭା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ ସଦଳ ବଳେ ପହଁଚି ଘଟଣାରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏ ସଂପର୍କରେ ସ୍ଥାନୀୟ ତହସିଲଦାର କିନ୍ନର ମାନଙ୍କୁ ଆବସ୍ୟକ ସରକାରୀ ଜାଗା ଯୋଗାଇ ଦିଆଯାଇ ସେମାନଙ୍କୁ ଥଇଥାନ କରାଯିବ ବୋଲି ନର୍ଭର ପ୍ରତିସୃତି ଦେଇଥିଲେ । ଉକ୍ତ ସରକାରୀ ଜମିକୁ ଜମିମାଫିଆ ଙ୍କ କବଜାରୁ ମୁକ୍ତ ରଖିବା ପାଇଁ ପ୍ରଶାସନିକ ସ୍ତରରେ ଦୃଢ଼ ପଦକ୍ଷେପ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here