ଭାରତ ବନ୍ଦ :ଖଲ୍ଲିକୋଟ ରେ ଦୋକାନ ବଜାର, ଗାଡି ମୋଟର ସବୁ ବନ୍ଦ

0
311

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଆଜି ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଖଲ୍ଲିକୋଟ ରେ ସମସ୍ତ ଦୋକାନ ବଜାର ,ଗାଡି ମୋଟର,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା ।ଖଲ୍ଲିକୋଟ ଅଞ୍ଚଳର ସମସ୍ତ କୃଷକ , ଶ୍ରମିକ,କ୍ଷେତମୂଲିଆ ସଂଘ ଓ ଗଣ ସଂଗଠନ  ତରଫରୁ ମିଳିତ ଭାବେ କର୍ମକର୍ତ୍ତା ମାନେ ପିକେଟିଂ କରି ବନ୍ଦ କୁ ସଂପୂର୍ଣ୍ଣ ସଫଳ କରିଥିଲେ । କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତି,  କୃଷକ ମାରଣ ନୀତି ଏବଂ ଶ୍ରମିକ ମାରଣନୀତି, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସହ ଅନୁବନ୍ଦିତ ଅଖିଳ ଭାରତ କୃଷକ ସଂଘ,ଭାରତୀୟ କ୍ଷେତ ମଜଦୂର ୟୁନିୟନ ଏବଂ ସମସ୍ତ ଶ୍ରମିକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦର ଡାକରା ଦିଆ ଯାଇଥିଲା। ଖଲିକୋଟ, ନିର୍ମଳଝର,କେଶପୁର ରେ ଦଳିଅ କର୍ମକର୍ତ୍ତା ପିକେଟିଂ କରି ବନ୍ଦ କୁ ସଫଳ କରିଥିଲେ।ଏହାର ସଫଳ ରୂପାୟନ ପାଇଁ ଅଞ୍ଚଳର ନେତୃମଣ୍ଡଳି ତଥା ଭାରତୀୟ କ୍ଷେତ ମଜଦୂର ୟୁନିୟନର ଜିଲ୍ଲା ସଭାପତି ରଘୁନାଥ ଗୌଡ, ଖଲିକୋଟ ଓକିଲ ସଂଘର ସମ୍ପାଦକ ସିମାଞ୍ଚଳ ବେହେରା, କମ୍ୟୁନିଷ୍ଟ ପାର୍ଟି ସମ୍ପାଦକ କନ୍ଧ ପ୍ରଧାନ,ଜୟରାମ ଦାସ,ଗୁରଦେବ ଜାନି,ବିଦ୍ୟାଧର ପ୍ରଧାନ,ଅଖିଳ ଭାରତ କୃଷକ ସଂଗଠନର ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ ,ସରପଞ୍ଚ ମନୋଜ ଗୌଡ,ବୁଲୁ ବାରିକଙ୍କ ସମେତ ବହୁ ଦଳିୟ କର୍ମି ଓ ନେତୃବୃନ୍ଦ ତଥା ସୁଭେଚ୍ଛୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ କରିବା ସହ ଯାନବାହନ ଚଳାଚଳ ବନ୍ଦ ରଖିଥିଲେ। ଆଗାମି ଦିନରେ କେନ୍ଦ୍ର ଓ ରାଜ୍ୟ ସରକାର ଏହିପରି ଶ୍ରମିକ ଓ କୃଷକ ମାରଣ ନୀତି ଜାରି ରଖନ୍ତି ତେବେ ଏହି ଅଞ୍ଚଳର ଗରିବ ଖଟିଖିଆ କୃଷକ ଶ୍ରମିକ ଛାତ୍ର ଏହାର ତିବ୍ର ବିରୋଧ କରିବେ ବୋଲି ଖଲ୍ଲିକୋଟ ଭାରତିୟ କମୁନିଷ୍ଟ ପାର୍ଟି ଆଞ୍ଚଳିକ ପରିଷଦ ଚେତାବନି ଦେଇଛନ୍ତି । ଭାରତ ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ଜନସାଧାରଣ ସହଯୋଗ କରିଥିବାରୁ ଭାରତୀୟ କମୁନିଷ୍ଟ ଦଳ ତରଫରୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here