ସୁରାଟରେ ପ୍ରବାସୀ ଓଡିଆଙ୍କ ପାଇଁ ପରିବାର ସ୍ୱାସ୍ଥ୍ୟ କାର୍ଡ

0
263

ବୁଗୁଡା : ସୁରାଟ ମେଟ୍ରୋ ସିଟି ରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ରହିଛନ୍ତି। ଅଳ୍ପ ସଂଖ୍ୟକ ସ୍ଥାୟୀ ବାସିନ୍ଦା ହୋଇସାରିଥିବ ବେଳେ ଅନ୍ୟ ସମସ୍ତେ ବିଭିନ୍ନ ଫ୍ୟାକ୍ଟେରୀରେ ଶ୍ରମିକ ଭାବେ କାମ କରନ୍ତି। ଗତବର୍ଷ କୋଭିଡ ସଂକ୍ରମଣ ଓ ଦୁର୍ଘଟଣା ସମୟରେ ଓଡ଼ିଆ ଶ୍ରମିକମାନେ ସୁରାଟରେ ସ୍ୱାସ୍ଥ୍ୟ ସୁବିଧା ପାଇ ପାରିନଥିଲେ। ସୁରାଟ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ର ସଭାପତି ପ୍ରଦୀପ କୁମାର ସାହୁ ସେହି ବିଷୟରେ ଚିନ୍ତା କରି ସୁରାଟର ଓଡ଼ିଆ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ଡାକ୍ତରମାନଙ୍କ ପରାମର୍ଶ କ୍ରମେ ପ୍ରବାସୀ ଓଡ଼ିଆମାନଙ୍କ ଚିକିତ୍ସା ସୁବିଧା ପାଇଁ କେ.ଡ଼ି. ନୁପୂର ଜେନେରାଲ ହସପିଟାଲ ଚଳିତ ବର୍ଷ ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ ସେହି ହସପିଟାଲରେ କମ ଖର୍ଚ୍ଚରେ ପ୍ରବାସୀ ଓଡ଼ିଆମାନେ ଚିକିତ୍ସା ହୋଇପାରୁଛନ୍ତି। ବର୍ତ୍ତମାନ କେ.ଡ଼ି. ନୁପୂର ଜେନେରାଲ ହସପିଟାଲ ପକ୍ଷରୁ ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ଏକ ପରିବାର ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ କରିଛନ୍ତି। 599 ଟଙ୍କା ବିନିମୟରେ ଏକ ବର୍ଷ ପାଇଁ ଗୋଟିଏ ପରିବାର ର ୫ ଜଣ ସଦସ୍ୟ କେଡି ନୁପୂର ହସପିଟାଲ ରେ ମାଗଣା ବାହ୍ୟ ଚିକିତ୍ସା, ରକ୍ତ ଚାପ ପରୀକ୍ଷା, ଡାଇବେଟିସ ପରୀକ୍ଷା, ଇସିଜି ପରୀକ୍ଷା, ସର୍ଜରୀରେ ୧୫ % ଛାଡ଼, ଲ୍ୟାବ ପରୀକ୍ଷା ପାଇଁ ୫ % ଛାଡ଼, ମେଡ଼ିସିନ କ୍ରୟରେ ୧୫ % ଛଡା ପାଇ ପାରିବେ। ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଏହା ଏକ ଭଲ ବ୍ୟବସ୍ଥା ହୋଇଥିବା ବେଳେ ବହୁ ପ୍ରବାସୀ ଓଡ଼ିଆ ପରିବାର ଏହି କାର୍ଡ କ୍ରୟ କରିଥିଲେ। ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ବିଭିନ୍ନ ଅଞ୍ଚଳର ସଂଗଠକ ବୃନ୍ଦ ଏହି ମହତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here