ସଡ଼କ ଦୁର୍ଘଟଣାରେ ଜଣେ ମୃତ

0
275

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ସନ୍ଧ୍ୟା ଛଅ ଘଣ୍ଟା ତିରିଶ ମିନିଟ୍ ସମୟରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରୀୟବରପୁର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଶାସନ ଗ୍ରାମର ବିପ୍ର ଲେଙ୍କା ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି I ସୂଚନା ପ୍ରକାରେ ଗତ ବୁଧବାର ସନ୍ଧ୍ୟା ଛଅ ଘଣ୍ଟା ତିରିଶ ମିନିଟ୍ ସମୟରେ ବିପ୍ର କ୍ଷତ୍ରୀୟବରପୁରରୁ ନିଜ ଗ୍ରାମ ଶାସନକୁ ଫେରୁଥିବା ସମୟରେ କ୍ଷତ୍ରୀୟବରପୁର ଛକରେ ଆସ୍କା ପଟୁ ଏକ ଏକ୍ସ୍ଏଲ୍ 100 ଲୁନା ଗାଡ଼ି ଯାହାର ନମ୍ବର୍ OD-32B-3842 ଆସି ବିପ୍ରକୁ ଧକ୍କା ଦେବା ଫଳରେ ବିପ୍ର ତଳେ ଛିଟିକି ପଡ଼ିଥିଲେ I ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କଲା ପରେ ରାତ୍ର ଆଠ ଘଣ୍ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଆଜି ବିପ୍ରଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ଶବକୁ ହସ୍ତାନ୍ତର କରାଯାଇଥିଲା I ଏନେଇ ମୃତ ବିପ୍ରଙ୍କ ପୁତ୍ର ବୁଲୁ ଲେଙ୍କାଙ୍କ ଏତାଲା କ୍ରମେ ଗାଙ୍ଗପୁର ଥାନାରେ ରେ ଏକ ମାମଲା ରୁଜୁ କରାଯିବା ସହ ଦୁର୍ଘଟଣା ଘଟାଇଥିବା ମୋଟରସାଇକେଲ୍ କୁ ପୋଲିସ୍ ଜବତ କରି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here