କ୍ରିକେଟ ଖେଳରେ ଜୀବନ ହାରିଲେ ଯୁବକ

0
627

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବୁରୁଝୁରୀ ବାଲିବଣ ଠାରେ ପିଲାମାନେ କ୍ରିକେଟ ଖେଳୁଥିବା ସମୟରେ ଏକ ଅଭାବନିୟ ଘଟଣା କ୍ରମେ ଜଣେ ଖେଳାଳିଙ୍କ ମୁର୍ତ୍ୟୁ ଘଟିଛି । ମୂର୍ତ୍ତ ଖେଳାଳି ହେଉଛନ୍ତି ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଗ୍ରାମର ନାରାୟଣ ଗୌଡ଼ (୨୭) । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଅପରାହ୍ନ ରେ କିଛି ପିଲା କ୍ରିକେଟ ଖେଳୁଥିବା ବେଳେ ରନ ସଂଗ୍ରହ କରିବାକୁ ଯାଇ ନାରାୟଣ ତଳେ ପଡିଯାଇଥିଲେ । ଯାହା ଫଳରେ ବ୍ୟାଟ ର ହାଣ୍ଡେଲ ଟି ଛାତି ଉପରେ ଚାପି ହୋଇ ଯାଇଥିଲା । ଘଟଣା ସ୍ଥଳରେ ବସି ପଡ଼ିଥିବା ବେଳେ ଅଧିକ ଯନ୍ତ୍ରଣା ହେବାରୁ ସ୍ଥାନୀୟ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଖଲ୍ଲିକୋଟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯିବା ବେଳେ ସେଠାରେ ତାଙ୍କର ମୁର୍ତ୍ୟୁ ଘଟିଛି । ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ସାଙ୍ଗସାଥି,ବନ୍ଧୁ ପରିଜନ ମେଡିକାଲ ରେ ପହଂଚିଥିଲେ । ନାରାୟଣ ଦଶ ମାସ ତଳେ ବାହା ହୋଇଥିଲା ବେଳେ ସେ ବାପା ମା’ଙ୍କ ଏକ ମାତ୍ର ପୁତ୍ର ଥିଲେ । ଖବର ପାଇ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଁଚି ଶବ କୁ ଜବତ କରିବା ସହ ଆସନ୍ତା କାଲି ବ୍ୟବଛେଦ ପାଇଁ ପଠାଯିବ ବୋଲି ପ୍ରକାଶ କରିଛନ୍ତି ।କେଶ ନଂ ୨୨/୨୦୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here