ବେପରୁଆ ଅଟୋ ଚାଳନା;ଏକ ଘଣ୍ଟା ଭିତରେ ତିନି ସ୍ଥାନରେ ଚାରି ବ୍ୟକ୍ତିଙ୍କୁ ଧକା

0
315

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଦିନକୁ ଦିନ ବିଭିନ୍ନ ଅଞ୍ଚଳରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ର୍ଘଟଣାର ପରିମାଣ ବୃଦ୍ଧି ପାଇବା ସହ ବହୁ ଧନ ଜୀବନ କ୍ଷତି ଘଟୁଛି l ବିଶେଷ କରି ବିଭିନ୍ନ ଅଟୋ ଏବଂ ଟ୍ରାକ୍ଟରର ଚଳାଉଥିବା ଅନଭିଜ୍ଞ ଚାଳକ ମାନଙ୍କ ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଥିବା ଲକ୍ଷ୍ୟ କରାଯାଉଛି I ସେହିପରି ଗତକାଲି ଏକ ଡାଲା ଅଟୋ (OD32E6428 ) ପ୍ରଥମେ ସନ୍ଧ୍ୟା 6 ଘଣ୍ଟା 45 ମିନଟ୍ ସମୟରେ କୋକଲୁଣ୍ଡା ଛକରେ ନିଳାଞ୍ଚଳ ନାଇକ ଏବଂ ଦେବାଶୀଷ ସେନାପତି ଏକ ପଲ୍ସର୍ ବାଇକ୍ ରେ ଯାଉଥିବା ବେଳେ ସେମାନଙ୍କୁ ଧକ୍କା ଦେଇଥିଲା I ଦୁଇ ଯୁବକ ତଳେ ଛିଟିକି ପଡିବା ପରେ ସେମାନଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିଥିଲା I ସେହିପରି 6 ଘଣ୍ଟା 50 ମିନଟ୍ ସମୟରେ ବଜାରକୁ ଚାଲି ଚାଲି ଯାଉଥିବା ଉଢୁରା ଗ୍ରାମର ନାରାୟଣ ସେନାପତିଙ୍କୁ ଧକ୍କା ଦେଇଥିଲା I ପରେ ସନ୍ଧ୍ୟା 7 ଘଣ୍ଟା ସମୟରେ ଏକ ହିରୋ ଗ୍ଲାମର ବାଇକ୍ ରେ ବର ଗାଁ ରୁ ନିଜ ଗ୍ରାମ ଉଢୁରାକୁ ଫେରୁଥିବା ଶ୍ରୀକାନ୍ତ ନାଇକଙ୍କୁ ଅଟୋଟି ସାମ୍ନାରୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା I ଫଳରେ ସେ ମଧ୍ୟ ତଳେ ପଡି ଗୁରୁତର ଭାବରେ ଆହତ ହୋଇଥିଲେ I ଏନେଇ ଶ୍ରୀକାନ୍ତଙ୍କ ବାପା ବିଧାନ ନାଇକ ବେଲଗୁଣ୍ଠା ଫାଣ୍ଡିରେ ଏତାଲା ଦେଇଥିଲେ I ଏତାଲାକୁ ଭିତ୍ତି କରି ତଦନ୍ତ ଚଲାଇଥିବା ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ ସୂଚନା ଦେଇଛନ୍ତି I ସମସ୍ତ ଆହତ ବ୍ୟକ୍ତି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିବା ବିଶେଷ ସୂତ୍ରରୁ ପ୍ରକାଶ I

ଫଟୋ

LEAVE A REPLY

Please enter your comment!
Please enter your name here