ବିକ୍ରମପୁର ରେ ବୃଦ୍ଧାଆଶ୍ରମ ଓ ଗୋଶାଳା ର ଭୂମି ପୂଜା ଅନୁଷ୍ଠିତ

0
425

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଅଖିଳ ଭାରତୀୟ ହିନ୍ଦୁ ସେବା ଦଳ ତରଫରୁ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିକ୍ରମପୁର ଗ୍ରାମରେ ଏକ ବୃଦ୍ଧାଆଶ୍ରମ ଓ ଗୋଶାଳା ପ୍ରତିଷ୍ଠା କରିବା ପାଇଁ ଆଜି ତାହାର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତୀୟ ହିନ୍ଦୁ ସେବା ଦଳ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମନୋଜ ଭରଦ୍ବାଜ ଙ୍କ ପୌରହିତ୍ୟରେ ଏହି ଭୂମି ପୂଜା କରାଯାଇଥିଲା । ବିକ୍ରମପୁରର ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ମହାନ୍ତି ଓ ପ୍ରମୋଦ ପଲେଇ ବୃଦ୍ଧାଆଶ୍ରମ ଓ ଗୋଶାଳା ପ୍ରତିଷ୍ଠା ପାଇଁ ନିଜର ୧୦ ଭରଣ ଜମି ଅନୁଷ୍ଠାନକୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଖିଳ ଭାରତୀୟ ହିନ୍ଦୁ ସେବା ଦଳ ତରଫରୁ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଭାବେ ସମାଜସେବୀ ଆମ୍ବୁଜ ପ୍ରସାଦ ସାହୁ ଓ ଓଡ଼ିଶା ପ୍ରଦେଶ ମହାସଚିବ ଭାବେ ସଂଜୀବ କୁମାର ଦାସଙ୍କୁ ମନୋନୀତ କରାଯାଇଥିଲା । ଓଡ଼ିଶା କାର୍ଯ୍ୟକାରୀ ସଭାପତି ସଂଜୀବ ମିଶ୍ର, ସମାଜସେବୀ ସସ୍ମିତା ମଳିକ, କାମିନୀ ରାଉତ, ଦୀପାଳି ପାଳ , ଅଶୋକ ତ୍ରିପାଠୀ, ରବୀନ୍ଦ୍ର ନାଥ ସାହୁ ଓ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇ ଅଖିଳ ଭାରତୀୟ ହିନ୍ଦୁ ସେବା ଦଳର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମନ ମଦନ ସାହୁ, ନଗେନ୍ଦ୍ର ନାଥ ସାହୁ, ପ୍ରଦୀପ୍ତ କୁମାର ସାହୁ, ଅମର ସାହୁ, ପ୍ରଶାନ୍ତ କୁମାର ମିଶ୍ର, ଅଶୋକ ତ୍ରିପାଠୀ, ବିଭୁ ପ୍ରସାଦ ପଟ୍ଟନାୟକ, ଗଣେଶ ମଳିକ ଓ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଙ୍କୁ କରନା ଯୋଦ୍ଧା ଭାବେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here