ବନ ବିଭାଗ ଓ ବନ ସୁରକ୍ଷା ସମିତି ଦ୍ୱାରା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

0
406

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ବନ ବିଭାଗ ଓ ବନ ସୁରକ୍ଷା ସମିତି ଦ୍ୱାରା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିl ଗେରେଡା ଠାରେ ସଚେତନତା ରଥକୁ ଲୋକନାଥ ଆଚାର୍ଯ୍ୟ ଓ ସମାଜସେବୀ ପଞ୍ଚାନନ ପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ଗେରେଡା ଠାରୁ ବାହାରି ଦୂବପଲ୍ଲୀ, ସିସୁଣ୍ଡା, ତିରିଗୋଚ୍ଛା, ଲୁଂଦୁରୁପଡାର, ବନ୍ତା, ସାଲୁଆପାଲି, ଏକଘରିଆ ଦେଇ ଜଗନାଥପ୍ରସାଦ ରେ ଶେଷ ହୋଇଥିଲା l କାର୍ଯ୍ୟକ୍ରମ ରେ ବନ ପ୍ରେମୀ କେଳା ନାୟକ, ଲୋକନାଥ ଆଚାର୍ଯ୍ୟ, ଅବସର ପ୍ରାପ୍ତ ବନକର୍ମଚାରୀ ତଥା ସମାଜ ସେବୀ ଶୂଳପାଣି ଶତପଥି, ବନ ପାଳ କଳାବଦନ ଦାସ, ଅଶୋକ ସେଠି, ପବିତ୍ର ମଳିକ, ତାରାସିଂଗି ବନାଞ୍ଚଳ ର ବନ ପାଳ ବାସୁଦେବ ସେଠି, କୃଷ୍ଣ ନାହାକ, ବନ ସୁରକ୍ଷା ସମିତି ର ସଭାପତି ନିରଞ୍ଜନ ନାୟକ, ମନୋଜ ନାୟକ, ରାମଚନ୍ଦ୍ର ସାହୁ, ସ୍ଵେଛା ସେବୀ ଅନୁଷ୍ଠାନ ସ୍ୱାତୀ ର ସିପୁ ରଞ୍ଜନ ସା, ଲିଲି ବେହେରା, ରବୀନ୍ଦ୍ର ଡାକୁଆ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ l ପ୍ରକାଶ ଯେ ସାରା ଓଡ଼ିଶାରେ ଜଙ୍ଗଲରେ ନିଆଁ ଲାଗିଛି, ଗଞ୍ଜାମ ଜିଲ୍ଲା ର ଉତ୍ତର ଘୁମୁସୁର ବନ ଖଣ୍ଡ ମଧ୍ୟ ଏଥିରୁ ବାଦ ପଡିନାହିଁ। ତାରାସିଂଗି ଓ ଜଗନ୍ନାଥ ପ୍ରସାଦ ବନାଞ୍ଚଳର କିଛି ଜଙ୍ଗଲ ନିଆଁ ଦ୍ୱାରା ପ୍ରଭାବିତ ହୋଇଛି ଯାହା ଦ୍ୱାରା ବହୁ ମୂଲ୍ୟବାନ ବୃକ୍ଷ ନଷ୍ଟ ଓ ଧୂଆଁ ଦ୍ୱାରା ସାଧାରଣ ମନୁଷ୍ୟ ମାନଙ୍କ ର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ପାଉଛନ୍ତି l ସେଥିପାଇଁ ବନ ବିଭାଗ ଓ ବନ ସୁରକ୍ଷା ସମିତି ର ମିଳିତ ସହଯୋଗରେ ଜଙ୍ଗଲ ନିଆଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜଙ୍ଗଲ ନଥିଲେ ଜୀବନ ନାହିଁ । ଏହାର ମହତ୍ୱ ସାଧାରଣ ମନୁଷ୍ୟ ବୁଝିବା ଦରକାର କିନ୍ତୁ କିଛି ଅସାଧୁ ବ୍ୟକ୍ତି ନିଜର ସ୍ୱର୍ଥ୍ୟ ପାଇଁ ଜଙ୍ଗଲ ରେ ନିଆଁ ଲଗେଇଛନ୍ତି l ଜଙ୍ଗଲରେ ନିଆଁ ଲଗାଇବା ଏକ ଧର୍ତ୍ତବ୍ୟ ଅପରାଧ ତେଣୁ ଯିଏ ବି ଏହି କାର୍ଯ୍ୟ କରୁଛି ତାକୁ ଉତ୍ତମ ଦଣ୍ଡ ଦେବାର ଅଛି, ତାକୁ ବନ କର୍ମଚାରୀ ଙ୍କୁ ଦୃଷ୍ଟିକୁ ଆଣନ୍ତୁ l ଗେରେଡା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ ପରିବେଶ ପ୍ରେମୀ ବିଜୟ ପ୍ରଧାନ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ ରେ ଯୋଗ ଦେଇ ସୁଚାରୁ ରୂପେ ସଫଳ କରାଇଥିଲେ l

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here