ଗଞ୍ଜାମ ଲୋକ ସାହିତ୍ୟ ପୁସ୍ତକ ଉନ୍ମୋଚିତ

0
364

ଜଗନ୍ନାଥପ୍ରସାଦ(ନିଲୁ ବିଷୋୟୀ ) ଜଗନ୍ନାଥପ୍ରସାଦ ବ୍ଳକ ପ୍ରତାପୁର ସାହିତ୍ୟ ଘର ପକ୍ଷରୁ ଆୟୋଜିତ ଏକ ବୈଠକରେ ଗଞ୍ଜାମର ଲୋକସାହିତ୍ୟ ନାମକ ଏକ ୪୩୨ ପୃଷ୍ଠା ର ବିରଳ ଗ୍ରନ୍ଥ ଉନ୍ମୋଚିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ କୋକଳବା ଗ୍ରାମରେ ଜନ୍ମଲାଭ କରିଥିବା ଗଞ୍ଜାମ ର ସୁଯୋଗ୍ୟ ସନ୍ତାନ ଡ. ପ୍ରଦୀପ କୁମାର ପଟ୍ଟନାୟକ ଏହାକୁ ରଚନା କରିଛନ୍ତି । ଦୀର୍ଘ ୪୦ ବର୍ଷ ର ପ୍ରଚେଷ୍ଠା କରି ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ସଂଗୃହିତ କରିଥିବା ଲୋକଗୀତ, ଲୋକ କାହାଣୀ, ଢଗଢମାଳି, ପ୍ରବାଦ, ପ୍ରବଚନ, ପହେଳି, ପ୍ରାଚୀନ ଶକ୍ତି ପୀଠ, ଶୈବପୀଠ ସଂପର୍କରେ ସବିଶେଷ ବିବରଣୀ ଏଥିରେ ସ୍ଥାନିତ ହୋଇଛି । ଏହି ପୁସ୍ତକ ଦ୍ୱାରା ଗଞ୍ଜାମ ର ବିଭିନ୍ନ ଲୋକକଳା ସଂପର୍କରେ ଜାଣିହେବ ବୋଲି ଆଲୋଚନା ହୋଇଥିଲା । ସେହିପରି ଖଦାଳ ନାୟକଙ୍କ ଲିଖିତ ଖଦାଳ ଅଜାଙ୍କ କାହାଣୀ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା । ଏଥିରେ ପିଲାଙ୍କ ପାଇଁ ବିଭିନ୍ନ ଉପାଦେୟ ଗଳ୍ପ ସ୍ଥାନ ପାଇଛି । କରୋନା ପାଇଁ ଲକଡାଉନ ରେ ଘରେ ରହିଥିବା ବେଳେ ସମାଜ ପାଇଁ ଏହା ଲେଖାଯାଇଥିବା ସେମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here