ଭାରସାମ୍ୟ ହରାଇ ପୋଖରୀ ମଧ୍ୟକୁ ଖସିପଡ଼ିଲା ବସ; ଯାତ୍ରୀ ସୁରକ୍ଷିତ

0
391

ଆସିକା(ଜଗନ ପଣ୍ଡା)ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କୋଟୀନାଡ ନୁଆଁପଲି ଗାଁ ନିକଟ ରାସ୍ତା ପାର୍ଶ୍ୱରେ ଥିବା ଏକ ଯାତ୍ରୀବାହୀ ମିନିବସ ଓଆର 07 ଇ 0071 ପୋଖରୀ ଭିତରକୁ ଭାରସାମ୍ୟ ହରାଇ ଖସିପଡ଼ିଥିବା ସୂଚନା ମିଳିଛି l ସୌଭାଗ୍ୟ ବଶତଃ ମିନିବସ ରେ ବସିଥିବା ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି l ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଖସିପଳାଇଥିବା ବେଳେ ମିନି ବସଟି କବିସୂର୍ଯ୍ୟନଗର ରୁ ଆସିକା ଅଭିମୁଖେ ଯାଉଥିବା ଜଣାଯାଇଛି l ତେବେ ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପଂହଁଚି ତଦନ୍ତ ଜାରି ରହିଛି l

LEAVE A REPLY

Please enter your comment!
Please enter your name here