ମୁନି ସାରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା

0
213

ବୁଗୁଡା: ପିପୁଲସ କଲେଜ ଆଇ.ଆର.ପି.ଏମ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଭଞ୍ଜନ ମୁନି ଗତ ମାର୍ଚ୍ଚ ୩୧ ତାରିଖ ଦିନ ଅବସର ଗ୍ରହଣ କରିଥିଲେ। ସେହିଦିନ କଲେଜ ପକ୍ଷରୁ ଶ୍ରୀ ମୁନିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏପ୍ରିଲ ୯ ତାରିଖ ଦିନ ଆଇ.ଆର.ପି.ଏମ.ବିଭାଗ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସେମାନଙ୍କ ପ୍ରିୟ ମୁନି ସାରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ପଦାର୍ଥ ବିଜ୍ଞାନ ମୁଖ୍ୟ ଅଧ୍ୟାପକ ଏସ.କେ. ସାହୁ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଓଡ଼ିଆ ଭାଷା ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ପ୍ରଧାନ ଯୋଗଦେଇଥିଲେ। ଛାତ୍ରୀ ଉଷାରଣୀ ବିଶ୍ୱାଳ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଆଇ.ଆର.ପି.ଏମ. ବିଭାଗର ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୁଃଖପୂର୍ଣ୍ଣ ପରିବେଶ ମଧ୍ୟରେ ଛାତ୍ରଛାତ୍ରୀ ବୃନ୍ଦ ମୁନି ସାରଙ୍କ ସ୍ନେହ, ଶ୍ରଦ୍ଧା,ଓ ଶିକ୍ଷାଦାନ ସବୁବେଳେ ମନେ ରହିବ ବୋଲି ପ୍ରକାଶ କରିଥିଲେ। ବିଭାଗ ପକ୍ଷରୁ ଶ୍ରୀ ମୁନିଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉପହାର ପ୍ରଦାନ କରାଯାଇଥିଲା। ଅଧ୍ୟାପିକା ସୁରଜିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here