ପୁରୁଷୋତ୍ତମପୁର ଏନ ଏ ସି ରେ ବିଜେପି ତରଫରୁ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ

0
391

ଗଞ୍ଜାମ(ଭଞ୍ଜ କିଶୋର ମହାରଣା)ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ ଏ ସି ର ଡ଼ାକବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏନ ଏ ସି ର ବି ଜେ ପି ସଭାପତି ମନୋଜ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଅରୁଣ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରାଘବ ପଟ୍ଟନାୟକ ସନମାନୀୟ ଅତିଥି ଭାବେ ଯୋଗଦେଇଥିଲେ | ଆସନ୍ତା ଡ଼ିସେମ୍ବର ଏକ ତାରିଖ ମଙ୍ଗଳବାର ଦିନ କୁମ୍ଭାରୀ ସ୍ଥିତ କୁମାରେଶ୍ବର ମନ୍ଦିର ପ୍ରାଙ୍ଗଣରେ ବି ଜେ ପି ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ ଲାଗି ନିଷ୍ପତି ନିଆଯାଇଛି | ଏହି ପ୍ରସ୍ତୁତି ବୈଠକରେ ପୁରୁଷୋତ୍ତମପୁର ଏନ ଏ ସି ର 14 ଟି ୱର୍ଡ ରୁ 70ରୁ ଉର୍ଦ୍ଧ ବି ଜେ ପି କର୍ମକର୍ତ୍ତା ଯୋଗ ଦେଇଥିଲେ | ଉପସ୍ଥିତ ବି ଜେ ପି କର୍ମୀ ମାନଙ୍କ ମଧ୍ୟରେ ସ୍ୱରାଜ ପାଣିଗ୍ରାହୀ, ଲିଟୁନ ଦାସ,ଚିତ୍ତ ରଞ୍ଜନ ସାହୁ, କୁମୁଦ ପାତ୍ର,ଟୁକୁନା ବେହେରା, ମଙ୍ଗରାଜ ବେହେରା,ପ୍ରକାଶ ପାଣିଗ୍ରାହୀ, ସୂର୍ଯ୍ୟ ପାଣିଗ୍ରାହୀ, ରବୀନ୍ଦ୍ର ନାୟକ,ନାଗେଶ୍ୱର ଦୋରା,ରବୀନ୍ଦ୍ର ଦାସ,ଶିବରାମ ପାଢ଼ୀ, ସୁବାଷ ଦାସ,ଅକ୍ରୁର ଗୌଡ଼,ରାମ ନାହାକ ପ୍ରମୁଖ ଯୋଗ ଦେଇ ଅଗାମୀ ଦିନ ମାନଙ୍କରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ |

LEAVE A REPLY

Please enter your comment!
Please enter your name here