ଜାତୀୟ କୃମି ନାଶନ ଦିବସର ଜିଲ୍ଲାସ୍ତରୀୟ ଉଦଘାଟନୀ ଉତ୍ସବ ପାଳିତ।

0
680

ବ୍ରହ୍ମପୁର,୦୮/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ କୃମିନାଶନ ଦିବସ ପାଳନ କରାଯାଇଛି। ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପାଲୁରହିଲ ସ୍ଥିତ ରାଜ୍ୟର ଏକମାତ୍ର ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ବିଜୁ ଆଦର୍ଶ ବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।


ସାଧାରଣତଃ କୃମି ଯୋଗୁଁ ପିଲାଙ୍କ ରକ୍ତହୀନତା, ଅପପୃଷ୍ଟି ଓ ମେଧା ଶକ୍ତିରେ ହ୍ରାସ ପାଇଥାଏ। ଏହାକୁ ରୋକିବା ପାଇଁ ଜାତୀୟ ସ୍ତରରେ କୃମିନାଶନ ଦିବସ ପାଳନ କରାଯାଇ ଏକ ବର୍ଷରୁ ୧୯ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ବାଧ୍ୟତାମୂଳକ ଭାବେ ଔଷଧ ସେବନ କରିବାକୁ ହୋଇଥାଏ। ଅଗଷ୍ଟ ମାସରେ ୮ତାରିଖ ଓ ୧୬ତାରିଖରେ ଦୁଇଦିନ ଏହି କାର୍ଯ୍ୟକ୍ରମ ଜରିଆରେ ଗଂଜାମ ଜିଲ୍ଲାରେ ମୋଟ ୭ଲକ୍ଷ ୩୪ହଜାର୧୨୦ଜଣ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ। ଏହି ଔଷଧ ସେବନ ଦ୍ୱାରା କୌଣସି ପର୍ଶ୍ଵକ୍ରିୟା ନଥାଏ। ଏଣୁ ଏହାକୁ ନେଇ କେହି ଶଙ୍କା କରିବା ଉଚିତ ନୁହେଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here