ଚିରିକିପଡା ଶାସନରେ ଘରପୋଡି, ସହାୟତାର ହାତ ବଢାଇଲେ ବିଧାୟକ।

0
282

ପୋଲସରା(ଅନିଲ କୁମାର ମହାରଣା )ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ର ହାଇସ୍କୁଲ ପଛପଟ କୁମୁଟି ତୋଟା ସାହିରେ ମାର୍ଚ୍ଚ ୭ ତାରିଖ ଦିନ, ଦିବା ପ୍ରାୟ ୨ ଘଣ୍ଟା ସମୟରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ତିନି ଜଣଙ୍କ ତିନି ବଖରା ପୋଡି ପାଉଁଶ ହୋଇ ଯାଇଛି। ଚିରିକିପଡା ଶାସନର ବିଦେଶୀ ନାୟକଙ୍କ ପରିବାରର ତିନି ଜଣ ତିନିଗୋଟି ଘର କରି ବସବାସ କରି ଆସୁଥିବା ବେଳେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ପୋଡି ପାଉଁଶ ହୋଇ ଯାଇଛି । ପରିବାର ସଦସ୍ୟ ମାନେ ଘରେ ନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ବାର ହଜାର ଟଙ୍କା, ତିନି ଗୋଟି ସାଇକେଲ, ଚାଉଳ ଚାରି ବସ୍ତା, ଖାଦ୍ୟ ସାମଗ୍ରୀ ,ପିଲାଙ୍କ ପାଠପଢା ବହିପତ୍ର ପୋଡି ଯାଇଛି। ଖବର ପାଇ ପୋଲସରା ଅଗ୍ନିଶମ ବିଭାଗ କର୍ମଚାରୀ ବୃନ୍ଦ ପହଞ୍ଚି ନିଆଁକୁ ଆୟତ କରିଥିଲେ।ଏହି ଦୁଖଃଦ ଘଟାଣା ଶୁଣିବା ପରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ସ୍ୱାନ୍ତନା ଦେବାସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଧାୟକ ଶ୍ରୀ ସାହୁ ପୋଲସରା ତହସିଲଦାର ସୁକାନ୍ତ କୁମାର ମିଶ୍ରଙ୍କ ସହିତ ଆଲୋଚନା କରି ସରକାରୀ ସହାୟତା ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ। ବିଧାୟକଙ୍କ ସହ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚନ୍ଦ୍ରଭାନୁ ସାହୁ, ସମିତି ସଭ୍ୟା ପ୍ରତିନିଧି ମନୋଜ ସାହୁଙ୍କ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ଖବର ପାଇ ତହସିଲଦାର ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଚିରିକିପଡା ଶାସନ ରାଜସ୍ୱ ନିରୀକ୍ଷକ ପ୍ରଦ୍ୟୁନ୍ମ କୁମାର ବିଶ୍ବାଳ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ଯାଇଥିବା ଜଣାପଡିଛି। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here