ରଘୁନାଥ ଗଣନାଟ୍ୟ ତରଫରୁ ସାଂସ୍କୃତିକ ବୈଠକ

0
348

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା)ଦିଗପହଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ ମେଘଝୋଳି ଗ୍ରାମସ୍ଥ ସାଂସ୍କୃତିକ ପ୍ରତିଷ୍ଠାନ “ରଘୁନାଥ ଗଣନାଟ୍ୟ” ତରଫରୁ ରଘୁନାଥ ମନ୍ଦିର ପରିସରରେ ଏକ ସାଂସ୍କୃତିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁନାମଧନ୍ୟ ଲୋକନାଟକ ନିର୍ଦ୍ଦେଶକ ଗୁରୁ ସନାତନ ନାୟକଙ୍କ ଅାବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ମହାସଚିବ ସୁବାସ ଚନ୍ଦ୍ର ସାହୁ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରି ସାମ୍ପ୍ରତିକ କରୋନା ମହାମାରୀ ସ୍ଥିତିରେ ଭାଙ୍ଗି ପଡିଥିବା କଳାକାରମାନଙ୍କୁ ହତୋତ୍ସାହିତ ନ ହେବାକୁ ପରାମର୍ଶ ଦେବା ସହିତ ସବୁ କଳାକାର ଏକ ପରିବାର ଭବବୋଧ ଭିତରେ ପରସ୍ପର ପ୍ରତି ସହାୟତାର ହାତ ବଢେ଼ଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଅର୍ଦ୍ଧଶତାଧିକ ବରିଷ୍ଠ କଳାକାର ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘରେ ସାମିଲ୍ ହୋଇଥିଲେ ।
ଏହି ଅବସରରେ ଗଣନାଟ୍ୟ ଦଳର ଯୁବ କଳାକାର ମାନଙ୍କ ଦ୍ଵାରା ଛୋଟକାଟିଆ ଭଜନ ସମାରୋହର ଆୟୋଜନ ହୋଇଥିଲା । ଏଥିରେ ସର୍ବଶ୍ରୀ ଅଭିନ୍ନ ସୁନ୍ଦର ଦୀକ୍ଷିତ, ଗୁରୁ ପ୍ରସାଦ ଦୀକ୍ଷିତ, ଚକ୍ରଧର ବେହେରା, ରୋହିତ ଗୌଡ଼, ସହଦେବ ବେହେରା, ରମେଶ ବେହେରା, ଲିଟୁ ଗୌଡ଼, ଡାକ୍ତର ଗୌଡ଼ ପ୍ରମୁଖ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିଥିବା ବେଳେ ଗୁରୁ ସନାତନ ନାୟକ, କାଶୀ ବେହେରା, ଝିଟୁ ଗୌଡ଼, ମୁରଲୀ ବେହେରା ଆଦି ସେମାନଙ୍କୁ ଜନ୍ତ୍ରସଂଗୀତରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ସମ୍ପାଦନାରେ ଜଗନ୍ନାଥ ବିନ୍ଧାଣି, ଦେବରାଜ ପାଇକ, ଭକତ ବେହେରା, ଭୂଷଣ ଦଳାଇ ପ୍ରମୁଖ ବରିଷ୍ଠ କଳାକାର ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here