ଉପଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ

0
236

ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣାଣି ଶିବିର ସୋମବାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ସମ୍ମୁଦାୟ ୧୭ ଟି ଅଭିଯୋଗ ପତ୍ର ଉପଜିଲ୍ଲାପାଳ ଶ୍ରୀ ରାୟ ଗ୍ରହଣ କରିଥିଲେ । ସାଧାରଣ ଅଭିଯୋଗ(ବ୍ୟକ୍ତିଗତ ସମସ୍ୟା) ୧୭ଟି ପତ୍ର ଏବଂ ଜରୁରୀକାଳୀନ ଗୋଟିଏ ଅଭିଯୋଗ ଉପରେ ତୁରନ୍ତ ଫଇସଲା କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ସହାୟକ ଜିଲ୍ଲାପାଳ ସୁନନ୍ଦ ଶେଖର ସାହାଣୀ,ଅତିରିକ୍ତ ଯୋଗାଣ ଅଧିକାର ଅସିତ ମହାନ୍ତି, ଭଞ୍ଜନଗର ଉପଖଣ୍ଡ ଚିକିତ୍ସ୍ୟାଳୟର ଡାକ୍ତର ଅନିଲ କୁମାର ଚୌଧୁରୀ, ଭଞ୍ଜନଗର ଜନ ସ୍ୱାସ୍ଥ୍ୟ ବିଭାଗ ସହକାରୀ ଇଞ୍ଜିନୟର ଶ୍ରୀ ନିତ୍ୟାନନ୍ଦ ବେହେରା , ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ, ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଶ୍ରୀ ଅନିଲ କୁମାର ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ,ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ବେହେରା ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ କାଯ୍ୟାଳୟର କର୍ମଚାରୀ ସୁରଭି ପ୍ରଧାନ, ଵିଵେକା ନନ୍ଦ ମିଶ୍ର, ବଳରାମ ଯାନୀ ପ୍ରଭୃତି ସହଯୋଗ କରିଥିଲେ l

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here