ଦିନିକିଆ ଗସ୍ତରେ ଜିଲ୍ଲାପାଳ

0
291

ହିଂଜିଲିକାଟୁ(ହିମାଂଶୁ ବେହେରା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଆଜି ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ଭିତ୍ତିଭୂମି ବୁଲି ଦେଖିବା ସହ ନିର୍ମାଣ ହୋଇଥିବା ନୂତନ ସ୍ମାର୍ଟ କ୍ଲାସ୍ ରୁମରେ ପରୀକ୍ଷା ମୂଳକ ଭାବେ ପ୍ରଥମ ଦିନ ରେ ୧୦ମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ସ୍ମାର୍ଟ କ୍ଲାସ୍ ରୁମ୍ ରେ ପାଠ ପଢାଇଲେ। ଏହି ବିଦ୍ୟାଳୟ ସେଣ୍ଟର ଅଫଏକ୍ସଲେନ୍ସ ରେ ସାମିଲ୍ ହୋଇଛି। କରୋନା କଟକଣା କୋହଳ ପରେ ଦୀର୍ଘ ନଅ ମାସ ପରେ ବିଦ୍ୟାଳୟ ଖୋଲିଥିଲା। ଯୁଦ୍ଧ କାଳୀନ ଭିତ୍ତି ରେ ଅଳ୍ପ ମାସ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହୋଇଥିଲା ସ୍ମାର୍ଟ୍ କ୍ଲାସ୍।ନୂତନ ସ୍ମାର୍ଟ କ୍ଲାସ୍ ରୁମର ଉପକାରିତା ସମ୍ପର୍କରେ ବିଦ୍ୟାର୍ଥୀଙ୍କୁ ପଚାରିବା ସହ ନିଜର ମଧୁର ଅନୁଭୂତି ବାଣ୍ଟିଥିଲେ। ବିଦ୍ୟାର୍ଥୀ ମାନେ ନୂତନ ସ୍ମାର୍ଟ କ୍ଲାସ୍ ରେ ବସି ପାଠ ପଢିବା ନିଆର ଅନୁଭୂତିର ମଜା ନେଇଥିଲେ।

LEAVE A REPLY

Please enter your comment!
Please enter your name here