ଗୋପାଳପୁର ସମବାୟ ପରିଚାଳନା ପ୍ରତିଷ୍ଟାନ ତରଫରୁ ସମବାୟ ସପ୍ତାହ ପାଳନ

0
253

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଗୋପାଳପୁର ବେଳାଭୂମି ସ୍ଥିତ ସମବାୟ ପରିଚାଳନା ପ୍ରତିଷ୍ଟାନ ତରଫରୁ 67 ତମ ଭାରତୀୟ ସମବାୟ ସପ୍ତାହ ପାଳନ ହୋଇଯାଇଛି I ଆଜି ପ୍ରଥମ ଦିନରେ ସର୍ବ ଭାରତୀୟ ସମବାୟ ଶିକ୍ଷା କମିଟି ସଦସ୍ୟ ନୂଆଦିଲ୍ଲୀ ସନାତନ ସଂଗ୍ରାମ ସଭାପତିତ୍ୱରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା କଟକଣାକୁ ଆଖି ଆଗରେ ରଖି ପତାକା ଉତ୍ତଳନ କରାଯାଇଥିଲା I ସାତଦିନ ଧରି ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଇଫକୋ ନିର୍ଦ୍ଧେଶକ ସିମାଞ୍ଚଳ ପାଢ଼ୀ 67 ତମ ନିଖିଳ ଭାରତ ସମବାୟ ସପ୍ତାହ ତରଫରୁ ଏକ ମାର୍ଗଦର୍ଶିକା ଉନ୍ମୋଚନ କରିଥିଲେ I ପ୍ରତିଷ୍ଟାନର ଅଧକ୍ଷ ତଥା ବ୍ରହ୍ମପୁର ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଶିବ ପ୍ରସାଦ ସ୍ୱାଇଁ ଯୋଗଦେଇ ସମବାୟ ମାଧ୍ୟମରେ କରୋନା ମହାମାରୀର ଭୟଙ୍କାରିତା ସମୟରେ କିପରି ଆତ୍ମ ନିର୍ଭର ଭାରତ ଗଠନ ହୋଇପାରିବ ଏହି ସମବାୟ ସପ୍ତାହର ମୂଳ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ I ପ୍ରତିଷ୍ଟାନର ଅଧକ୍ଷ ଶ୍ରୀ ସ୍ୱାଇଁ ସମବାୟ ସପ୍ତାହର ପ୍ରତ୍ୟେକଟି ଦିବସରେ ବିପନ୍ନ,ଖାଉଟି,ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତ ଦିବସ,ଅନଲାଇନ ସୂଚନା ବ୍ୟବସ୍ଥା ମାଧ୍ୟମରେ ପ୍ରଶିକ୍ଷଣ ଓ ଶିକ୍ଷା ପ୍ରଦାନ ଦିବସ ସମବାୟ ଅନୁଷ୍ଟାନ ମାନଙ୍କ ମାଧ୍ୟମରେ ସହଯୋଗିତା ସୁଦୃଢ କରିବା ଦିବସ,କରୋନା ମହାମାରୀର ଶିକାର ହୋଇ ନିଯୁକ୍ତି ଓ ବ୍ୟବସାୟ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ଦକ୍ଷତା ବିକାଶ ଦିବସ,ଯୁବଗୋଷ୍ଟି ମହିଳା ଓ ଦୁର୍ବଳ ଶ୍ରେଣୀ ପାଇଁ ସମବାୟ ମାଧ୍ୟମରେ ଆର୍ଥିକ ସମ୍ପୃକ୍ତି,ସାମାଜିକ ଗଣମାଧ୍ୟମ ଡ଼ିଜିଟାଲାଇଜେସନ ଦିବସ ଉପରେ ବିସ୍ତୃତ ଭାବରେ ଅଭିଭାଷଣ ଦେଇଥିଲେ I ଉକ୍ତ ଦିବସରେ ପରିଚାଳନା ପ୍ରତିଷ୍ଟାନର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ I ସର୍ବଶେଷରେ ପରିଚାଳନା ପ୍ରତିଷ୍ଟାନର ବରିଷ୍ଟ ଅଧ୍ୟାପକ ଡ଼ି.କ୍ରିଷ୍ଣାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ I

LEAVE A REPLY

Please enter your comment!
Please enter your name here