ଏନସିଡବ୍ଲୁଡିସି ପକ୍ଷରୁ ଶିଶୁ ଦିବସ ଓ ଦୀପାବଳି ସଚେତନତା

0
322

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଗଞ୍ଜାମ ଜିଲ୍ଲା ଏନସିଡବ୍ଲୁଡିସି ପକ୍ଷରୁ ଶିଶୁ ଦିବସ ଏବଂ ଦୀପାବଳି ଉତ୍ସବ ପାଳନ ହୋଇଯାଇଛି.ସ୍ଥାନୀୟ ୱାର୍ଡ ନମ୍ବର 01 ଅନ୍ତର୍ଗତ ଉତ୍ତରମୁଖୀ ଏବଂ ଚନ୍ଦନିଆ ପାହାଡ଼ ବସ୍ତିରେ ଏନସିଡବ୍ଲୁଡିସି ପକ୍ଷରୁ ବିଭିନ୍ନ ଉପକରଣ ବଣ୍ଟନ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ଏଥିରେ ଅଂଚଳର ପ୍ରାୟ 150ରୁ ଉର୍ଦ୍ଧ ଝିଅଙ୍କୁ ବସ୍ତ୍ର ଏବଂ ଖାଦ୍ୟ ଉପକରଣ ବଣ୍ଟନ କରାଯାଇ ଥିଲା.ଏହାପରେ ସମାଜସେବୀ ଅନୀଲ କୁମାର ଚୌଧୁରୀ ତତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା.ଏଥିରେ ଏନସିଡବ୍ଲୁଡିସି ଗଞ୍ଜାମ ଜିଲ୍ଲା ସଭାପତି ଇଂ ସଂଘମିତ୍ରା ବେହେରା,ଶିକ୍ଷୟତ୍ରୀ ମୋନୀ କରାର୍,ସମାଜସେବୀ ଟି.ସୁବର୍ଣ୍ଣମାଳା ପାତ୍ର ଏବଂ କାଳିଆ ରେଡ୍ଡୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ପଣ୍ଡିତ ଜବାହରଲାଲ ନେହୁରଙ୍କ ଜୀବନୀ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ.ଏଥି ସହିତ କରୋନା ସଂକ୍ରମଣ ପ୍ରଭାବ ହେତୁ ସମସ୍ତେ ବାଣ ବର୍ଜନ କରିବାକୁ ସଚେତନ କରାଯାଇ ଥିଲା.ଆଗାମୀ ଦିନରେ ସ୍ଥାନୀୟ ଅଂଚଳର ଗରିବ ଓ ଅସହାୟ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ ପାଇଁ ନିଜସ୍ୱ ଉଦ୍ୟମ ଏବଂ ବିଭିନ୍ନ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଡଦିଆଯାଇଛି.ଏଥିରେ ସି.ଏଚ ପ୍ରିୟା ପାତ୍ର,ସି.ଏଚ.ପ୍ରୀତି ପାତ୍ର,ଖୁସି କରାର୍ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here