ପୋଖରୀରେ ବୁଡି ଯୁବକ ମୃତ

0
402

ଆସ୍କା(ଜଗନ ପଣ୍ଡା) ଆସ୍କା ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମର ସୁବାଷ ବିଶ୍ୱାଳ ଙ୍କ ପୁଅ ଫିରୋଜ ବିଶ୍ୱାଳ (26)ଙ୍କ ଗତକାଲି ମୃତ୍ୟୁ ଘଟିଛି |ସୂଚନା ଅନୁସାରେ ଫିରୋଜ ଗତକାଲି ସନ୍ଧ୍ୟା 6ଟା ସମୟରେ ମଣ୍ଟପଡା ଗ୍ରାମର ତୋପ ବନ୍ଧକୁ ସ୍ନାନ କରିବାକୁ ଯାଇ ଆଉ ଫେରି ନଥିଲେ | ବିଳମ୍ବ ହେବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କଲା ପରେ ଫିରୋଜ ପାଣିରେ ବୁଡି ମୁର୍ତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଲେ |ଫିରୋଜଙ୍କ ସାନଭାଇ ଏ ନେଇ ଆସ୍କା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେଶ ନଂ 24/20 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆସ୍କା ଥାନା ଆଇ ଆଇ ସି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here