ସିଆଳିପାଟ ଓ ରାଇପଡ଼ା ମୁଖ୍ୟ ରାସ୍ତାରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା ଘଟଣା ; ସାଇଣ୍ଟିଫିକ ଟିମର ଘଟଣା ସ୍ଥଳରେ ତଦନ୍ତ

0
408

ଖଲ୍ଲିକୋଟ- (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଆଳିପାଟ ଓ ରାଇପଡ଼ା ମୁଖ୍ୟ ରାସ୍ତାରେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ପୃର୍ବ ଶତ୍ରୁତା କୁ କେନ୍ଦ୍ରକରି ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହାଣି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ମୃତ ଯୁବକ ଜଣକ ଖଲ୍ଲିକୋଟ ଥାନା ଭିକାପଡା ଗ୍ରାମର ସ୍ବର୍ଗତ ଶିବ ନାହାକଙ୍କ ପୁଅ ଅଘରି ନାହାକ ଓରଫ ହଟିଆ । ଗୁରୁତର ଆହତ ଯୁବକ ଜଣକ କୈରାଶୀ ଗ୍ରାମର ରାଜେଶ ପ୍ରଧାନ ବୋଲି ଜଣାପଡ଼ିଛି । ରାଜେଶଙ୍କୁ ପ୍ରଥମେ ସୁମଣ୍ତଳ ମେଡ଼ିକାଲ ପରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳୁ ସାଇଣ୍ଟିଫିକ୍ ଟିମ୍ ଓ ଖଲ୍ଲିକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଅଘରୀ ଓ ରାଜେଶ ଦୁହେଁ କୁରିମପୁରରୁ ବାଇକ ଯୋଗେ ଭିକାପଡ଼ା ଗ୍ରାମ ଅଭିମୁଖେ ଆସୁଥିବା ବେଳେ ସିଆଳିପାଟ ଗ୍ରାମ ନିକଟର ରାସ୍ତାରେ କିଛି ଦୁର୍ବୁତ୍ତ ଆସି ଦୁହିଁଙ୍କୁ ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ । ଅତି ଯୋଜନାବଦ୍ଧ ଭାବେ ହତ୍ଯା କରିଛନ୍ତି ଦୁର୍ବୁତ୍ତ ।ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ରାସ୍ତା ଉପରେ ଏକ ବିରାଟ ବବୁଲ କଣ୍ଟା ଗଛ ପଡିଥିବା ଦେଖିବାକୁ ପାଇଥିଲେ ।ସମ୍ଭବତଃ ରାସ୍ତାରେ ବବୁଲ କଣ୍ଟା ଗଛ ପକାଇ ଦୁର୍ବୁତ୍ତ ମାନେ ଛକି ରହିଥିଲେ ।ହଟିଆ ଓ ରାଜୁ ବାଇକ ରେ ଯାଉଥିବା ବେଳେ ରାସ୍ତାରେ ଗଛ ପଡିଥିବା ଦେଖି ଅଟକିଛନ୍ତି ଏବଂ ସେହି ସମୟରେ ଦୁର୍ବୁତ୍ତ ମାରଣାସ୍ତ୍ର ରେ ଆକ୍ରମଣ କରି ଥିବା ପୋଲିସ ସନ୍ଦେହ କରୁଛି ।ଆକ୍ରମଣ ରେ ଘଟଣା ସ୍ଥଳରେ ଅଘରୀ ଓରଫ୍ ହଟିଆଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ରାଜେଶ ଗୁରୁତର ଆହତ ଅବସ୍ଥାରେ ନିଜ ଜୀବନ ବଞ୍ଚାଇ ସୁମଣ୍ତଳ ମେଡ଼ିକାଲ କୁ ଯାଇଥିଲେ । ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ପଠାଇ ଦେଇଥିଲେ । ମୃତ୍ୟୁ ବରଣ କରିଥିବା ହଟିଆ ଙ୍କ ଶରୀର ରେ ବିଭିନ୍ନ ସ୍ଥାନକୁ ଦୁର୍ବୁତ୍ତ ଅତି ନିର୍ମମ ଭାବେ ହାଣି ଥିବା ଦେଖିବାକୁ ମିଳିଛି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ କେସ ନମ୍ବର ୭୩୬/୨୦୨୧ ଅନୁଯାୟୀ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇ ଥିବା ବେଳେ ହତ୍ୟାକାରି ମାନଙ୍କୁ ଯଥା ଶିଘ୍ର ଧରାଯିବ ବୋଲି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here