ଭଞ୍ଜନଗର ପୋଲିସ ପକ୍ଷରୁ ବେଆଇନ ବାଣ ଜବତ

0
544

ଭଞ୍ଜନଗର(ନିଲୁ ବିଷୋୟୀ) କୋରନା ମହାମାରୀ ପାଇ ଚଳିତ ବର୍ଷ ଦୀପାବଳି ରେ ବାଣ ପୁଟାଇବା ଓ ବିକ୍ରି ଉପରେ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ରୋକ ଲଗାଇଥିବା ବେଳେ ଗଂଜାମ ଏସପି ଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ବେଆଇନ ବାଣ ବିକ୍ରି ଉପରେ ଚଢ଼ାଉ ଜାରି ରହିଛି । ସେହିପରି ଆଜି ଗଂଜାମ ଜିଲ୍ଲା ଭଞ୍ଜନଗର ପୋଲିସ ପକ୍ଷରୁ ବାଉଁଶଲୁଣ୍ଡି ରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ କିସମର ବାଣ ଜବତ କରାଯାଇଛି। ଏ ନେଇ ବେଆଇନ ବାଣ ରଖିଥିବା ଅଭିଯୋଗ ରେ ଜଣଙ୍କୁ ଗିରଫ କରାଯିବା ସହ କେସ ନମ୍ବର ୫୫୯/୨୦ ରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here