କୁମ୍ପାପଡ଼ା ଅଂଚଳରେ ରେ ହାତୀପଲ୍ଲ ନଷ୍ଟ କଲେ ଶହ ଶହ ଏକର ଧାନ ଫସଲ

0
354

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଭଞ୍ଜନଗର ଦକ୍ଷିଣ ବନଖଣ୍ଡ ଅଧିନ ବୁଗୁଡା ରେଞ୍ଜ ଅନ୍ତର୍ଗତ ପଞ୍ଚଭୂତି ଅଞ୍ଚଳର କୁମ୍ପାପଡ଼ା ଅଂଚଳ ରେ ହାତୀ ମାନେ ଶହ ଶହ ଏକର ଧାନ ଫସଲ ନଷ୍ଟ କରିଛନ୍ତି। ରାବଗଡ ଅଞ୍ଚଳର ରବେଣୀ ଜଙ୍ଗଲ ରେ ରହୁଥିବା ହାତୀ ମାନେ ଆସି କୁମ୍ପାପଡ଼ା ଅଂଚଳର ଗଣ୍ଡିଆବଣ ରେ ଥିବା ଧାନ କ୍ଷେତ ରେ ପସି ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ଧାନ କ୍ଷେତ ପାଚି ଆଦାୟ କରିବା ସମୟରେ ହାତୀ ମାନଙ୍କ ଏପରି ଉପଦ୍ରବ ଯୋଗୁଁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ହାତୀ ମାନେ ମଧ୍ୟ କରସିଂ ନିକଟ ରାଜ୍ୟ ସଡକ ପଥରେ ଦିନ ବେଳେ ଯାତାୟତ କରୁଛନ୍ତି।ଜଙ୍ଗଲ ନଷ୍ଟ ହୋଇଯିବା ଯୋଗୁଁ ହାତୀ ମାନେ ଏବେ ଗ୍ରାମାଭିମୁଖୀ ହେଉଛନ୍ତି।ଗ୍ରାମବାସୀ ମାନେ ଘଣ୍ଟ ବାଡେଇ ହାତୀ ଘଉଡ଼ାଇ ଛନ୍ତି। କୁମ୍ପାପଡ଼ା ଅଞ୍ଚଳର ପୁରୁଷୋତ୍ତମ ପ୍ରଧାନ,ମହନ୍ତ ପ୍ରଧାନ,ଦିବା ନାୟକ,ସତ୍ୟବାନ ପ୍ରଧାନ,ଚନ୍ଦ୍ର ପ୍ରଧାନ,ଲାଲା ନାୟକ, ପୁନିଆ ନାୟକ, ସୁରେନ୍ଦ୍ର ପ୍ରଧାନ ସମେତ ବହୁ ଚାଷୀ ଙ୍କ ଧାନ କ୍ଷେତ କୁ ହାତୀ ମନେ ଉଜାଡ଼ି ଦେଇଛନ୍ତି।ବନ ବିଭାଗ ତରଫରୁ ହାତୀ ଘଉଡାଇବା ର ପଦକ୍ଷେପ ନେବା ସହ ଚାଷୀ ଙ୍କ ଧାନ ଫସଲ କ୍ଷତି ର ଆକଳନ କରି କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ପାଇଁ ସାଧାରଣ ରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here