ଲିଙ୍ଗନିରୂପଣ ସୂଚନା ଦେଲେ ଦଶହଜାର ପୁରସ୍କାର ଘୋଷଣା,ଶିଶୁ ଲିଙ୍ଗ ଅନୁପାତ ସନ୍ତୁଳନ ରକ୍ଷା ଦିଗରେ ବୈଠକ

0
309

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଗର୍ଭଧାରଣ ପୂର୍ବ ଓ ପ୍ରସ୍ତୁତି ନିଦାନ କୈାଶଳ ଅଧିନିୟମ ଜିଲ୍ଲା ପରାମର୍ଶ ଦାତା କମିଟିର ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଥିବା କ୍ଲିନିକ୍ ଗୁଡିକର ପଂଜିକୃତ ନବୀକରଣ ଓ ନୂତନ ଭାବେ କ୍ଲିନିକ୍ ଖୋଲିବା ସକାଶେ ଆବେଦନ କରିଥିବା କ୍ଲିନିକ୍ ଗୁଡିକର ତଥ୍ୟ ଯାଞ୍ଚ କରି ସେମାନଙ୍କ ଆବେଦନର ଶୁଣାଣୀ ଦିଗରେ ପଦେକ୍ଷପ ଗ୍ରହଣ କରିବାକୁ ମତ ଉପସ୍ଥାପନ ହୋଇଥିଲା । କ୍ଲିନିକ୍ ଗୁଡିକରେ ଗର୍ଭଧାରଣ ପୂର୍ବ ଓ ପ୍ରସ୍ତୁତି ନିଦାନ କୈାଶଳ ଅଧିନୀୟମ-୧୯୯୪ର ଅନୁପାଳନ ହେଉଛି ନା ନାହିଁ ତାହା କମିଟି ଦ୍ୱାରା ଯାଞ୍ଚ କାର୍ଯ୍ୟ ଅନ୍ତର ବ୍ୟବଧାନ ରେ ତଦାରଖ କରିବାକୁ ସମସ୍ତ ସଭ୍ୟ , ସଭ୍ୟା ଙ୍କୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେ । ମୋ ଗେହ୍ଲା ଝିଅର କାର୍ଯ୍ୟକ୍ରମର ସଚେତନତା ସୃଷ୍ଟି ସକାଶେ କୁହାଯାଇଛି । ଜିଲ୍ଲାରେ ଶିଶୁ ଲିଙ୍ଗ ଅନୁପାତ ସନ୍ତୁଳନ ରକ୍ଷା କରିବା ନେଇ ପଦେକ୍ଷପ ମାନ ଗ୍ରହଣ କରିବାକୁ ବୈଠକରେ ବିଭିନ୍ନ ବିଷୟ ନେଇ ଆଲୋଚନା ହୋଇଯାଇଛି । ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ଚଳିତ ମାସ ୧୬ତାରିଖ ଦିନ କୋଭିଡ ନୀୟମ ଅନୁସାରେ ଶିଶୁ ଦିବସ ପାଳନ କରାଯିବ । ଏହି ଦିନ ଗ୍ରାମର କିଶୋରୀ ବାଳିକା ମାନଙ୍କ ଘରକୁ ଯାଇ ସେମାନଙ୍କୁ ପୁଷ୍ପ ପ୍ରଦାନ କରାଯାଇ ଅଭିଭାବକ ମାନଙ୍କ ମଧ୍ୟରେ ଶିଶୁ କନ୍ୟା ନିମନ୍ତେ ପ୍ରୋତ୍ସାହନ ଦିଆଯିବ । କନ୍ୟାଭ୍ରୃଣ ହତ୍ୟା ରୋକିବା ଦିଗରେ ନିଆଯାଉଥିବା ପଦକ୍ଷେପ ଗୁଡିକର ଅନୁପାଳନ ନିମନ୍ତେ ଦୃଷ୍ଟି ଦେବା ସକାଶେ କମିଟିକୁ ଜଣାଇଥିଲେ । ଲିଙ୍ଗ ନିରୂପଣ ରୋକିବା ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । କନ୍ୟାଭ୍ରୃଣ ହତ୍ୟା ରୋକିବା ସକାଶେ ପ୍ରାଥମିକ ସୂଚନା ପ୍ରଦାନ କରାଗଲେ ସଂପୃକ୍ତ ବ୍ୟକ୍ତିଙ୍କ ନାମ ଗୋପନ ରଖାଯାଇ ଦଶହଜାର ଟଙ୍କାର ପୁରସ୍କାର ରାଶି ଶିଶୁ ବିକାଶ ଯୋଜନା ପକ୍ଷରୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ । ଗର୍ଭବତୀ ମହିଳା ମାନଙ୍କ ତଥ୍ୟ ସଂଗ୍ରହ କରାଯିବ , ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ରାଶି ଓ ସେବା ସେମାନଙ୍କ ଠାରେ ଉପଲବ୍ଧ ହୋଇପାରୁଛି ନା ନାହିଁ ତାହା ଟିମ୍ ଦ୍ୱାରା ଯାଞ୍ଚ କରାଯିବ । ଅଙ୍ଗନବାଡି କର୍ମୀ , ଆଶା ଦିଦି ଏବଂ ଏଏନଏମ ଗଣ ଯଦି ସେମାନଙ୍କ କାର୍ଯ୍ୟ ଠିକ୍ ରୁପେ ସଂପାଦନ କରିବେ ଓ କନ୍ୟା ଶିଶୁର ମହତ୍ତ୍ୱ ସଂପର୍କରେ ସଚେତନତା କରାଇବା ସହିତ ଜାଗ୍ରତ ରହିବେ ତେବେ କନ୍ୟା ଭ୍ରୃଣ ହତ୍ୟାକୁ ରୋକାଯାଇପାରିବ ବୋଲି ଜିଲ୍ଲପାଳ ଅବଗତ କରାଇଥିଲେ । ଏଦିଗରେ ସେମାନଙ୍କୁ ସଚେତନତା କରାଇବା ଆବଶ୍ୟକତା ରହିଛି ଜିଲ୍ଲାପାଳ ଜୋର ଦେଇଥିଲେ ।
ଜିଲ୍ଲା ମାତୃ ଓ ଶିଶୁ ସଂଯୋଜକ ଶକ୍ତି କୁମାର ଦିଗାଲ୍ ବୈଠକର ଆଲୋଚ୍ୟ ସମସ୍ତ ବିଷୟବସ୍ତୁ ଉପସ୍ଥାପନା କରିଥିଲେ । ଅତିରିକ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ( ମହିଳା ଓ ଶିଶୁ ବିକାଶ) ତଥା ପିସି ଏଣ୍ଡ ପିଏନଡିଟି ର ନୋଡାଲ ଅଧିକାରୀ ଡା. ଭି. ସରୋଜିନୀ ଦେବୀ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡା. ଆର ୍ ଜଗଦୀଶ ପଟ୍ଟନାୟକ, ଡା. ଭବାନୀ ଶଙ୍କର ମିଶ୍ର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବାସ କୁମାର ସ୍ୱାଇଁ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା , ସମାଜସେବୀ ଗୀତା ରାଣୀ ସ୍ୱାଇଁ , ଛତ୍ରପୁର ବ୍ଲକ ଶିକ୍ଷାଅଧିକାରୀ ଅଭିନାଶ ଶତପଥୀ , ଡେପୁଟିକଲେକ୍ଟର ସୋଭାଗ୍ୟ କୁମାର ଗୈାଡ, ଛତ୍ରପୁର ଡ୍ରଗ ଇନିସପେକ୍ଟର ଲଳିତ କୁମାର ସାହୁ, ଗଂଜାମ ରେଞ୍ଜ ଡ୍ରଗ୍ ଇନିସପେକ୍ଟର ପ୍ରସନ୍ନ କୁମାର ମଲ୍ଲିକ , ବ୍ରହ୍ମପୁର ଡ୍ରଗ୍ ଇନିସପେକ୍ଟର ଦେବାଶିଷ ଖିଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here