କୋଷାଗୁମୁଡା ରେ ପଲସପୋଲିଓ କାର୍ଯ୍ୟକ୍ରମ

0
300

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ଆଜିଠାରୁ ଆରମ୍ଭ ହୋଇଛି ପଲସ୍ ପୋଲିଓ କାର୍ଯ୍ୟକ୍ରମ । ଆଜିଠାରୁ ପୋଲିଓ ବୁନ୍ଦା ଦିଆଯାଉଛି । ୫ବର୍ଷରୁ କମ୍ ଶିଶୁଙ୍କୁ ଏହି ପୋଲିଓ ବୁନ୍ଦା ଦିଆଯିବ ।ଏଥିପାଇଁ କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ତତ୍ବାବଧାନ ରେ ୬୯ ଟି ବୁଥ୍ କରାଯାଇଛି। କୋଷାଗୁମୁଡା ର ୨୬ ଗୋଟି ପଞ୍ଚାୟତ ରେ ୬୯ ଟି ବୁଥ ରେ ପୋଲିଓ ଦିଆଯାଉଥିବା ବେଳେ ଆଗାମୀ ଦୁଇଦିନ ଘର ଘର ବୁଲି ବୁଲି ପୋଲିଓ ଦିଆଯିବ ବୋଲି ଜଣାପଡ଼ିଛି । ସକାଳ ୭ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପୋଲିଓ ଟୀକା କରଣ କରାଯିବା ର କାର୍ଯ୍ୟକ୍ରମ ରହିଛି । ଆଜିଠାରୁ ଫେବ୍ରୁଆରି ୨ତାରିଖ ପର୍ଯ୍ୟନ୍ତ ପୋଲିଓ କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here