୨୬ ଖଣ୍ଡ ଶାଳ ସାଇଜ ଓ ମିନିଟ୍ରକ ଜବତ

0
305

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବନବିଭାଗର ଘନ ଘନ ଚଢ଼ାଉ ଜାରି ରହିଥିବା ବେଳେ କାଠ ମାଫିଆ ଓ ବନ୍ୟଜନ୍ତୁ ଶିକାରୀ ଗିରଫ ହେବା ସହ ବହୁ ବାଇକ ଓ ମିନି ଟ୍ରକ ଜବତ ହୋଇ ପାରିଛି। ଏହି କ୍ରମରେ ବୁଗୁଡା ବନ ବିଭାଗକୁ ପୁଣି ମିଳିଛି ଏକ ସଫଳତା। ୧୨ ତାରିଖ ରାତ୍ର ସାଢ଼େ ଏଗାରଟା ସମୟରେ ପ୍ରାୟ ୧୦ ଘନଫୁଟର ୨୬ ଖଣ୍ଡ ଶାଳ ସାଇଜ ଓଡ଼ି ୨୫ – ୪୪୭୯ ଟାଟା ମେଜିକ ମିନି ଟ୍ରକରେ ବୋଝେଇ ହୋଇ ଚୋରା ଚାଲାଣ ପାଇଁ ସଜବାଜ ହେଉଥିବା ବେଳେ ମଙ୍ଗଳପୁର ନିକଟରେ ବନ ବିଭାଗ ପକ୍ଷରୁ କାଠ ଓ ଗାଡି ଜବତ କରାଯାଇଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ସୂଚନା ପ୍ରକାରେ ଓ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବାଲିପଦର ବନପାଳ ସୁନିତା ପାତ୍ରଙ୍କ ନେତୃତ୍ୱରେ ବାଲିପଦର ବନରକ୍ଷୀ କ୍ଷୀରୋଦ କୁମାର ଗୌଡ଼, ଜିଲିବା ବନରକ୍ଷୀ ପ୍ରଶାନ୍ତ କୁମାର ପୋଲାଇ, ଠଣାପଲ୍ଲୀ ବନରକ୍ଷୀ ରିଙ୍କୁ ସେଠୀ ଓ ପାରା ଫରେଷ୍ଟର କର୍ମଚାରୀ ବୃନ୍ଦ ମିଳିତ ଭାବେ ଚଢ଼ାଉ କରି କାଠ ଓ ଗାଡି ଜବତ କରିଥିବା ବେଳେ ଗାଡି ଚାଳକ ଫେରାର ହୋଇଯାଇଛି। ବୁଗୁଡା ବନ ବିଭାଗ ପକ୍ଷରୁ ଏକ ୟୁଡି କେଶ ରୁଜୁ କରାଯାଇଥିବା ବେଳେ ଗାଡି ମାଲିକଙ୍କ ନାମ ଜଣାପଡିବା ପରେ ତାଙ୍କ ନାମରେ କେଶ ରୁଜୁ କରାଯିବ ବୋଲି ବୁଗୁଡା ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here