ଗାଙ୍ଗପୁରରେ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

0
288

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଜନ ସାଧାରଣଙ୍କୁ ସୁବିଧାରେ ବ୍ୟାଙ୍କ ସେବା ଯୋଗାଇଦେବା ପାଇଁ ଗାଙ୍ଗପୁରର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପାର୍ଶ୍ୱରେ ଏକ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗାଙ୍ଗପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପରିଚାଳକ ସାଇ ରାମ ସେଠୀ ଯୋଗ ଦେଇ ଗ୍ରାହକ ସେବା କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ବି. ସି ଜିଲ୍ଳା ପରିଚାଳକ ମନୋଜ କୁମାର ପଣ୍ଡା ଏବଂ ଗ୍ରାହକ ସେବା କେନ୍ଦ୍ର ଏଜେଣ୍ଟ୍ ଅର୍ଚ୍ଚନା ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I ଏହି ଗ୍ରାହକ ସେବା କେନ୍ଦ୍ରଟି ଗାଙ୍ଗପୁର ନିକଟବର୍ତ୍ତୀ ପ୍ରାୟ ପାଞ୍ଚୋଟି ପଞ୍ଚାୟତରର ଶହେ ଗ୍ରାମର ଲୋକଙ୍କୁ ବ୍ୟାଙ୍କ ସୁବିଧା ଯୋଗାଇବା ଫଳରେ ଲୋକ ମାନେ ନିଶ୍ଚିତ ଉପକୃତ ହୋଇପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ସେଠୀ ପ୍ରକାଶ କରିଥିଲେ I

LEAVE A REPLY

Please enter your comment!
Please enter your name here