ଗୁରୁମାନେ ହିଁ ବାସ୍ତବ ସମାଜ ସଂସ୍କାରକ : ବରିଷ୍ଠ କଳାକାର ସଂଘ

0
222

ବ୍ରହ୍ମପୁର:କଳା ଓ କଳାକାର ହୀତୈଷୀ ମହାମଞ୍ଚ ” ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ସ୍ଥାନୀୟ ପ୍ରେମ ନଗର ମୁଖ୍ୟ ସଡ଼କ ସ୍ଥିତ ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ପବିତ୍ର ଗୁରୁ ଦିବସ ପାଳନୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ମୁଖ୍ୟ ଅତିଥି, ସୁନାମଧନ୍ୟ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ମୁଖ୍ୟ ବକ୍ତା ଓ ନାଟ୍ୟ ବିଦ୍ୟା ବୁଦ୍ଧ ପ୍ରଫୁଲ୍ଲ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗୁରୁମାନେ ହିଁ ବାସ୍ତବରେ ଜଣେ ଜଣେ ସମାଜ ସଂସ୍କାରକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ରାଜ୍ୟ ସରକାର ଏକ ପ୍ରକୃଷ୍ଠ କାଳରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାର ଭତ୍ତା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଥିବା ହେତୁ ସଂଘ ତରଫରୁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା ।
ପୂଜ୍ୟ ପୂଜା ପରମ୍ପରାନୁଯାୟୀ ସର୍ବଶ୍ରୀ ଭଗବାନ ପ୍ରଧାନ, ରମେଶ ରଣା, ଦୀନବନ୍ଧୁ ଶତପଥୀ, ଉଦୟ ବେହେରା, ରବୀନ୍ଦ୍ର କୁମାର ବାରିକ୍, ହରି କୁଣ୍ଡ, ଶ୍ବେତ କୁମାର ରଥ, ମୃତ୍ୟୁଞ୍ଜୟ ତ୍ରିପାଠୀ, ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ସଞ୍ଜୟ କୁମାର ବିଷୋୟୀ, ଭଗବାନ ବିଷୋୟୀ, ଶିବ ପ୍ରସାଦ ଗଉଡ, ରୂପ ଚନ୍ଦ୍ର ସାହୁ, ରାମ ଚନ୍ଦ୍ର ପ୍ରଧାନ, ଚନ୍ଦ୍ରଶେଖର ଆଚାର୍ଯ୍ୟ, ପଣ୍ଡିତ ବିଶ୍ଵନାଥ ଶତପଥୀ, ରମେଶ ଚନ୍ଦ୍ର ସ୍ଵାଇଁ, ଅଭିମନ୍ୟୁ ସାହୁ ପ୍ରମୁଖ ବିଭିନ୍ନ ବର୍ଗର କଳା କ୍ଷେତ୍ରର ଗୁରୁଙ୍କୁ ସେମାନଙ୍କ କଳାକ୍ଷେତ୍ରର ଅବଦାନ ଘେନି ଆନୁଷ୍ଠାନିକ ଭାବେ ସଂଘ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ସହ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସୁଶ୍ରୀ ସ୍ଵୟଂପ୍ରଭା ସମୀର ବିଷୋୟୀ ଓ ଶ୍ରୀମାନ ଅଙ୍କିତ୍ କୁମାର ଆଚାର୍ଯ୍ୟ ଉଦଘାଟନୀ ନୃତ୍ୟ ପରିବେଷଣ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଘ ଉପସଭାପତି ହୃଷୀକେଶ ହୋତା ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ଅରୁଣ ସାହୁ, ପାଣ୍ଡବ ପ୍ରଧାନ, ବଳଦେବ ସାହୁ, ନୀଳମାଧବ ଜେନା, ଗୀତା ସ୍ୱାଇଁ ପ୍ରମୁଖ ସଂଘ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ପରିଶେଷରେ ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ :ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here