ଖଲ୍ଲିକୋଟ ଗସ୍ତ କରି କରୋନା ସ୍ଥିତି ପରଖିଲେ ଜିଲ୍ଲାପାଳ

0
353

ଖଲ୍ଲିକୋଟ(ପ୍ରଦୀପ୍ତ ସାହୁ)ଖଲ୍ଲିକୋଟ ଗସ୍ତ କରି ଆଜି କରନା ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ। ବ୍ଲକ ପରିସରରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସରପଞ୍ଚ ମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ ।ସ୍ଥାନୀୟ ପଜିଟିଭ ବଢୁଥିବା ଯୋଗୁଁ ଗାଁ ଗାଁ ରେ କୋଭିଡ୍ କେର ହେଲଥ୍ କମିଟି ଗଠନ, ପଞ୍ଚାୟତରେ କୋଭିଡ୍ କେର ହୋମ ସଜାଗ ରଖି କୋଭିଡ ମନିଟରକରିବାଏବଂ ପୋଖରୀ ରେ ଗାଧୋଇବାକୁ ବାରଣ କରିବା, ମନ୍ଦିର, କୋଠ ଘର, ଛକ ଯାଗା ରେ ଆଦି ଗହଳି ନକରିବା ଉପରେ ଗୁରୁତ୍ୱ ଦେବା ସହ, ଦୋକାନ ରେ କୋଭିଡ୍ ନିୟମ ମାନିବା ନେଇ ଗୁରୁତ୍ୱ ଦେବାକୁ କହିଥିଲେ ।ଏଥିସହ ରାସ୍ତା କଡରେ ସମସ୍ତ ପ୍ରକାର ଖାଦ୍ୟ ବିକ୍ରୀ ନିଷେଧ କରାଯାଇଛି ।ହୋଟେଲ ଗୁଡିକ କେବଳ ହୋମ ଡେଲିଭରି ଦେଇପାରିବେ ।ସାମାଜିକ ଦୂରତା ନ ରଖିଲେ ୭ ଦିନ ଦୋକାନ ବନ୍ଦ ଓ ହଜାର ଟଙ୍କା ଫାଇନ, ତାପରେ ବି ନ ସୁଧୁରିଲେ ଏତଲା ହେବ ଏବଂ ମାସେ ଦୋକାନ ବନ୍ଦ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ସେହିପରି ଖଲ୍ଲିକୋଟ ବ୍ଲକରେ ବ୍ୟବସାୟୀ ମାନେ ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର, ଗ୍ଳୋବ୍ସ ପିନ୍ଧିବାକୁ ବାଧ୍ୟ କରାଯାଇଛି । ନିୟମ ନମାନିଲେ ଦୋକାନ ସିଲ୍ କରିବାକୁ କହିଥିଲେ ବ୍ଲକରେ ଆକ୍ରାନ୍ତ ସଂଖ୍ୟା ବଢୁ ଥିବାରୁ ଦୋକାନକୁ ଆସୁଥିବା ଲୋକଙ୍କ ନାମ ଲେଖିବା ସହ ଦୋକାନ ଆଗରେ ବ୍ୟାରିକେଡ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଜୁଲାଇ ୩୧ ତାରିଖ ଯାଏ ଗାଁ ଗହଳି ଲୋକ ସହର କୁ ନ ଆସିବାକୁ ନିବେଦନ କରାଯାଇଛି । ଗଞ୍ଜାମ ଜିଲ୍ଲା ରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଖଲ୍ଲିକୋଟ ବ୍ଲକରେ କେତୋଟି ପଞ୍ଚାୟତରେ ରୋଗୀ ଚିହ୍ନଟ ହୋଇଥିବା ଯୋଗୁଁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରଶାସନ ତତ୍ପର ହୋଇଛି , ଏଥି ପାଇଁ ସରପଞ୍ଚ ମାନେ ସକ୍ରିୟ ରହି ଗାଁ ଗାଁ ରେ କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେବାକୁ ଜିଲ୍ଲାପାଳ ସରପଞ୍ଚ ମାନଙ୍କୁ ପରାମର୍ଶ ଦେଇଥିଲେ ।ମୋଟର ସାଇକେଲ ଉପରେ ଆଜି ଠାରୁ କଟକଣା ଲାଗୁ କରାଯିବ ଓ ଜୁଲାଇ ୧୦ ଯାଏ ସର୍ବସାଧାରଣଙ୍କ ପାଇଁ ସବୁ ସରକାରୀ ଅଫିସ ବାରଣ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଠି, ତହସିଲଦାର ଚକ୍ରଧର ପାଢ଼ୀ , ବିଡ଼ିଓ ନବକୃଷ୍ଣ ଜେନା, ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ରଙ୍କ ସମେତ ସମସ୍ତ ସରପଞ୍ଚ ଓ ନୋଡା ଲ ଅଫିସର ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here