ଧର୍ମ ପରାୟଣ ମହିଳାଙ୍କ ପରଲୋକ

0
278

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ନୂଆସାହି ବାସିନ୍ଦା ପଙ୍କଜିନି ପାତ୍ର 65 ଙ୍କ ଗତ ବୁଧବାର ରାତ୍ର 2 ଘଣ୍ଟା ସମୟରେ ଵ୍ରହ୍ମପୁର ବଡ ମେଡିକାଲ ରେ ଚିକିଛାଧିନ ଅବସ୍ତାରେ ପରଲୋକ ଘଟିଛି। ଗତ କାଲି ପଙ୍କଜିନି ଙ୍କ ମୁଣ୍ଡ ବୁଲାଇବାରୁ ପ୍ରଥମେ ଭଞ୍ଜନଗର ମେଡିକାଲ କୁ ନିଆ ଯାଇଥିଲା ସେଠାରୁ ଅଧିକା ଚିକିଛା ପାଇଁ ଵ୍ରହ୍ମପୁର ବଡ ମେଡିକାଲକୁ 108 ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା। ପଙ୍କଜ ଅଂଚଳରେ ଜଣେ ଧର୍ମ ପରାୟଣ ଓ ପରଉପକାରୀ ମହିଳାଭାବେ ଜଣାଶୁଣା ଥିଲେ । ତାଙ୍କ ମୃତ ଖବର ପ୍ରଚାରିତ ହେବା ପରେ ଶେଷ ଦର୍ଶନ ପାଇଁ ବେଲଗୁଣ୍ଠା ପ୍ରେସ ବ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପ ସଭାପତି ପ୍ରଭାତ ସାହୁ, କୋଷଧକ୍ଷ ବିଭୂପାଦ ଜେନା, ଶିକ୍ଷା ବିତ ରାମକୃଷ୍ଣ ପାତ୍ର, ପଣ୍ଡିତ ଶିକ୍ଷକ ସୁରେନ୍ଦ୍ର ପାତ୍ର, ସନ୍ୟାସୀ ପାତ୍ର,ଧୋବା ଗୌଡ଼, ତ୍ରିନାଥ ଗୌଡ଼, ରାମ ଚନ୍ଦ୍ର ପାତ୍ର ଯୁବ ସାମ୍ବାଦିକ ପଞ୍ଚାନନ ସାହୁ, ପ୍ରଫୁଲ ବିଶ୍ୱାଳ, ଗନ୍ଧର୍ବ ପାତ୍ର ଓ ଦୁଖୀଶ୍ୟାମ
ମହାପାତ୍ର ପ୍ରମୁଖ ତାଙ୍କ ବାସ ଭବନ କୁ ଯାଇଥିଲେ। ମୃତ୍ୟୁ ବେଳକୁ ପୁଅ ପୂର୍ଣଚନ୍ଦ୍ର, ରାମେଶ୍ୱର, ଝିଅ ପ୍ରତିମା, ପ୍ରଭାତୀ,ବୋହୁ ନାତି ନାତୁଣୀ ଉପସ୍ଥିତ ଥିଲେ। ଗାଁ ସ୍ୱସାନରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା ।ସାନ ପୁଅ ରାମେଶ୍ୱର ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here