ଖଲ୍ଲିକୋଟ ଅବକାରୀ ବିଭାଗ ଦ୍ଵାରା ୨୦ କେଜି ଗଞ୍ଜେଇ ଓ ୨୦ ଲିଟର ଦେଶୀ ମଦ ଜବତ, ୩ ଗିରଫ 

0
331

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ)ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ସଦର ରେଞ୍ଜ ଅବକାରୀ ନିରିକ୍ଷିକା ଦିପ୍ତିମୟୀ ସାହୁ ଓ ଖଲ୍ଲିକୋଟ ଭାରପ୍ରାପ୍ତ ଅବକାରୀ ଅଧିକାରୀ ଅଜିତ କୁମାର ପାତ୍ର କୌଣସି ସୂତ୍ରରୁ ଖବର ପାଇ ସଦଳବଳେ ଗୁରାପଲ୍ଲୀ ଟୋଲ୍ ଗେଟ୍ ନିକଟରେ ବସକୁ ଅପେକ୍ଷା କରି ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ କୋଡ଼ିଏ କିଲୋଗ୍ରାମର ଗଞ୍ଜେଇ ଜବତ କରି କେସ ନମ୍ବର ୫୯/୨୦-୨୧ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ସେହିପରି କୋଦଳା ଥାନା ଅଞ୍ଚଳରେ ଚଢ଼ାଉ କରି ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ କୋଡିଏ ଲିଟର ଦେଶୀମଦ ଜବତ କରିବା ସହ ଉଭୟଙ୍କୁ କେସ ନମ୍ବର ୩୧,୩୨/୨୦-୨୧ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଞ୍ଚଳରେ ବେଆଇନି ଚୋରା ମଦ କରବାର ବଢି ଯାଇ ଥିଲେ ମଧ୍ୟ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ଜାରି ରହିଛି ଓ ଭବିଷ୍ୟତରେ ଜାରି ରହିବ ବୋଲି ଅବକାରୀ ନିରୀକ୍ଷିକା ଦୀପ୍ତିମୟୀ ସାହୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here