ଦିଗପହଣ୍ଡିରେ ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମୋତ୍ସବ ପାଳିତ

0
376

ଗଞ୍ଜାମ:ଦିଗପହଣ୍ଡି ଘୋଡାହାଡ ଡ୍ଯାମ ରାସ୍ତାରେ ସ୍ଥାପିତ ହୋଇଥିବା ସନ୍ଥ ଅରକ୍ଷିତ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ବୁଧବାର ଦିନ ସେହି ସିଦ୍ଧ ମହାପୁରୁଷଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ବଡଖେମୁଣ୍ଡି ରାଜ ପରିବାରର ଦୟାଦ ସିଦ୍ଧାନ୍ତ ଗଙ୍ଗଦେଓଙ୍କ ପୌରହିତ୍ଯରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ପ୍ରଫୁଲ୍ଲ କୁମାର ପଣ୍ଡା , ସାଂସଦ ପ୍ରତିନିଧି ନିରୂପମା ପଟ୍ଟନାୟକ , ଆଇନଜିବୀ ପରେଶ ଚନ୍ଦ୍ର ରଥ , ପଣ୍ଡିତ ସମ୍ଭବ କୁମାର ତ୍ରିପାଠୀ , ନୀଳକଣ୍ଠ ପଟ୍ଟନାୟକ , ନାରାୟଣ ସାବତ , ଭବାନୀ ଶଙ୍କର ପଣ୍ଡା , ମିଲନ ପାଣିଗ୍ରାହୀ , ହରେକୃଷ୍ଣ ପାତ୍ର , ଏମ୍ . ଦୀପ୍ତିମୟୀ , ଶ୍ରୀହର୍ଷ ପଣ୍ଡା ପ୍ରମୁଖ ସାମୂହିକ ଭାବେ ଯୋଗ ଦେଇଥିଲେ । ତତ୍କାଳୀନ ବଡଖେମୁଣ୍ଡି ରାଜ୍ୟର ବିଜୟ ନଗର ଗଡରେ ଆଷାଢ଼ ଶୁକ୍ଳ ଏକାଦଶୀରେ ଜନ୍ମିତ ରାଜପୁତ୍ର ସନ୍ଥ ଅରକ୍ଷିତ ଦାସ ତାଙ୍କର ସାଧନା ପୀଠ ଓଳାଶୁଣିରେ ଯଥେଷ୍ଟ ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ଜନ୍ମ ମାଟିରେ ଅନାଲୋଚିତ ରହିବା ଦୁର୍ଭାଗ୍ୟର ବିଷୟ ବୋଲି ମତ ପ୍ରକାଶ ପାଇଥିଲା । ସନ୍ଥଙ୍କ ଜୀବନାଦର୍ଶ ଓ ରଚିତ ମହୀମଣ୍ଡଳ ଗୀତାର ଅଧିକ ପ୍ରଚାର ପ୍ରସାର କରାଯାଇ ପାରିଲେ ସମାଜରେ ଏହାର ସକାରାତ୍ମକ ପ୍ରଭାବ ପଡିବା ସହ ଜନ୍ମମାଟି ଅଧିକ ପବିତ୍ର ହୋଇପାରିବ ବୋଲି ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ କହିଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here