ତାଳସର ବିଦ୍ୟାଳୟ ପଛ ପୋଖରୀ ହୁଡ଼ାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

0
374

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)କୋଦଳା ଥାନା ଅନ୍ତର୍ଗତ ତାଳସର ସ୍ଥିତ ଉଚ୍ଚ ବିଦ୍ୟାଳୟ ପଛ ପୋଖରୀ ହୁଡ଼ାରୁ ଏହି ଗ୍ରାମର ବିରିପୁର ସାହିର ବିଶ୍ୱନାଥ ରାଉତଙ୍କ ପୁଅ ସୁନୀଲ ରାଉତ (30)ଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହେବା ପରେ ସୁନୀଲଙ୍କ ବାପା ବିଶ୍ୱନାଥ ଓ ମା ପୁନା ରାଉତ ତାଙ୍କ ପୁଅକୁ ହତ୍ୟା କରାଯାଇ ପକାଯାଇଛି ବୋଲି ଅଭିଯୋଗ କରିଛନ୍ତି l ବିରିପୁର ସାହିରେ ବିଶ୍ୱନାଥଙ୍କ ପରିବାର ଦୀର୍ଘ 40 ବର୍ଷ ହେଲା ରହି ଆସୁଛନ୍ତି l କିନ୍ତୁ ଏମାନଙ୍କ ସହିତ ତାଙ୍କ ସାହିର କିଛି ବ୍ୟକ୍ତିଙ୍କ କଳହ ହେବା ସହ ଘଟଣା ବାରମ୍ବାର ପୋଲିସ ପାଖକୁ ଯାଇଥିଲା l ଗତ 9 ତାରିଖ ଦିନ ପୁନା ଙ୍କ ପରିବାର ସହ ଉକ୍ତ ସାହିର ଲୋକଙ୍କ ସହ ବଚସା ହେବା ସହ ଲୋକମାନେ ପୁନାଙ୍କ ଘରକୁ କୁଆଡେ ପଥର ଓ ଟେକା ମାରିଛନ୍ତି ବୋଲି ଅଭିଯୋଗ କରିବା ସହ ତାଙ୍କୁ ସୁରକ୍ଷା ଦେବା ପାଇଁ ବେଗୁନିଆପଡା ପୋଲିସକୁ କହିବା ପରେ ପୋଲିସ ତାଙ୍କୁ ନେଇ ଫାଣ୍ଡିରେ ରଖିଥିଲା ଓ ପୁନା ରାଉତ ସାହିର 9 ଜଣଙ୍କ ନାଁରେ ଏତଲା ଦେଇଥିଲେ l ଗତକାଲି ସାହିବାସିନ୍ଦା ଫାଣ୍ଡିରେ ପହଂଚି ପୁନା ଓ ତାଙ୍କ ପରିବାର ୩ ଜଣଙ୍କ ନାମରେ ପାଲଟା ଦେଇଥିଲେ l ଉଭୟ ପକ୍ଷର ଏତଲାକୁ ନେଇ ପୋଲିସ ଦୁଇଟି ମାମଲା ରୁଜ୍ଜୁ କରିଥିଲେ l ଗତ କାଲି ରାତିରୁ ପୁନାଙ୍କ ପୁଅ ନିଖୋଜ ଥିଲେ l ଆଜି ସକାଳୁ ବିଦ୍ୟାଳୟ ପଛ ପାଖ ପୋଖରୀ ହୁଡାରେ ସୁନୀଲର ଶବ ପଡ଼ିଥିବା ନେଇ ବେଗୁନିଆପଡା ଫାଣ୍ଡିକୁ ଖବର ଦେବା ପରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ମୃତ ସୁନୀଲଙ୍କ ବାପା ଓ ମାଙ୍କ ଅଭିଯୋଗ ପ୍ରକାରେ ପୁଅର ମୁହଁ ରକ୍ତାକ୍ତ ହେବା ସହ ତାକୁ ବିଷ ଦେଇ ହତ୍ୟା କରାଯାଇ ତା ନିକଟରେ ବିଷ ପ୍ୟାକେଟ ରଖାଯାଇଛି l ଏହି ଘଟଣା ସନ୍ଦେହ ଜନକ ଓ ତାକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବାପା ଓ ମା l ସେପଟେ ପୋଲିସ କହିବା ପ୍ରକାରେ ମୃତ ସୁନୀଲର ପକେଟରୁ ବିଷ ପ୍ୟାକେଟ ବାହାରିବା ସହ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କହିବା ସହ ଶବ ବ୍ୟବଛେଦ ପରେ ସତକଥା ଜଣାପଡିବ ବୋଲି କହିଛନ୍ତି l ସୁନୀଲର ଶବକୁ ବ୍ୟବଛେଦ ପାଇଁ ପଠାଯାଇଛି ସହ ଅପମୃତ୍ୟୁ ମାମଲା କେଶ ନମ୍ବର ୨୧/୨୦ ରୁଜ୍ଜୁ କରାଯାଇଥିବା କଥା ପୋଲିସ ପ୍ରକାଶ କରିଛି l

LEAVE A REPLY

Please enter your comment!
Please enter your name here