ସମୁଦ୍ର ଆଁରେ ଗଞ୍ଜାମର ରାମେୟପାଟଣା ଗାଁ , ଆତଙ୍କିତ ଜୀବନ ବିତାଉଛନ୍ତି ଗ୍ରାମବାସୀ

0
723

ଚିକିଟି ୧୨/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ୬୦ କିଲୋମିଟର ବିସ୍ତୃତ ଗଞ୍ଜାମ ଜିଲାର ବେଳାଭୂମିଠାରେ ପ୍ରତ୍ୟେକ ପୂର୍ଣ୍ଣିମା ଓ ଅମାବାସ୍ୟା ସମୟରେ ସମୁଦ୍ର ଲହରୀ ପ୍ରଶସ୍ତ ଓ ଅଧିକ ରହିଥାଏ | ମେଘ ଢାଙ୍କିଲେ ଏବଂ ଲଗାଣ ବର୍ଷା ହେଲେ ଏହି ବେଳାଭୂମିରେ ଥିବା ଗାଁମାନଙ୍କର ମସ୍ୟଜୀଵୀ ପରିବାରମାନେ ଭୟଭୀତ ହୋଇଥାନ୍ତି | ଏହି ଜିଲ୍ଲାର ଅନେକ ଉପକୂଳବର୍ତ୍ତୀ ଗାଁମାନଙ୍କ ମଧ୍ୟରେ ଗୋଟିଏ ହେଉଛି ଚିକିଟି ବ୍ଲକର ରାମାୟପାଟଣା |

ଯେଉଁଠାରେ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି | ଲୋକମାନେ ଭୟବିତ୍ତ ଅବସ୍ଥାରେ ଅଛନ୍ତି ଓ ବିପତ୍ତି ମାଡିଆସୁଛି ସମୁଦ୍ର ଜୁଆର ରୂପରେ | ପୁର୍ଣିମା ଯୋଙ୍ଗୁ ସମୁଦ୍ରରେ ବଡ ବଡ ଲହଡା ସୃଷ୍ଟି ହୋଇଛି ଓ ସମୁଦ୍ର କରାଳ ରୂପ ଧାରଣ କରିଛି | ପୂର୍ବରୁ ଏଭଳି ପରିସ୍ଥିତି ଏଠାରେ ଅନେକଥର ସୃଷ୍ଟି ହୋଇଛି ଏବଂ ଏଥର ମଧ୍ୟ ଗଞ୍ଜାମରେ ଗତ ୩ଦିନହେବ ଲଗାଣ ବର୍ଷା ଯୋଙ୍ଗୁ ରାମୟପାଟଣାରେ ଏହି ପରିସ୍ଥିତି ସୃଷ୍ଟିହେବା ସ୍ଵାଭିବିକ |

ପ୍ରଶାସନଙ୍କୁ ଏହି ବିଷୟରେ ସୂଚନ ଅଛି ଓ ପ୍ରଶାସନ ସଜାଗ ରହିଛି | ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଗାଁର ମୁଖିଆ ଓ ଗ୍ରାମବାସୀଙ୍କୁ ସଚେତନ କରାଇଛନ୍ତି | ପ୍ରାଶସନ ତରଫରୁ ଓଡ଼ିଆରଏଫ ଗୃହର ବ୍ୟବସ୍ଥା କରାଯାଇଛି ଓ ସମୁଦ୍ରକୂଳର ଘର ଛାଡି ସେଠାରେ ଆଶ୍ରୟ ନେବା ପାଇଁ ପରାମର୍ଶ ଦିଆଯାଇଛି | କିନ୍ତୁ ମସ୍ୟଜୀବିପରିବାରମାନେ ଓ ଅନ୍ୟଅଗ୍ରାମବାସୀମାନେ ନିଜ ଘର ଛାଡି ଯିବା ପାଇଁ ପ୍ରସ୍ତୁତ ନାହାନ୍ତି |
ବର୍ତ୍ତମାନ ସୁଧା ୫ଟି ଘର ଭାଙିଗିଯାଇଛି ଓ ଆଗକୁ ବର୍ଷା ଲାଗି ରହିଲେ ଆହୁରି ଅନେକ ଘର ଭାଙ୍ଗିଯିବାର ସମ୍ଭାବନା ରହିଛି |ଦୀର୍ଘଦିନରୁ ଏଠାରେ ଏକ (guard wall) ନିର୍ମାଣର ଦାବି ହୋଇଆସୁଛି | ଇରିଗେସନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସୂଚନା ଅନୁସାରେ ଆଗାମୀ ଦିନରେ ଦୀର୍ଘ ୧କିଲୋମିଟର ବ୍ୟାପ୍ତ ଏକ (guard wall) ୬କୋଟି ୪୫ଲକ୍ଷ ବିନିମୟରେ ତିଆରି ହେବା ବ୍ୟବସ୍ଥା ରହିଛି l ଏହା ଯଥା ଶୀଘ୍ର ହେଲେ ରାମୟପାଟଣା ଗ୍ରାମବାସୀ ପ୍ରତିବର୍ଷ ସମ୍ମୁଖୀନ ହେଉଥିବା ଏହି ବିପତ୍ତିରୁ ମୁକ୍ତି ପାଇପାରିଥାନ୍ତେ |

LEAVE A REPLY

Please enter your comment!
Please enter your name here