ଗଜପତି ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

0
629

ଗଜପତି ୭/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ଅଧକ୍ଷତରେ ୧୦୪ଟ ଅଭିଯୋଗର ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ଏଥିରେ ୧୦୧ଟି ବ୍ୟକ୍ତିଗତ ଅଭିଯୋଗ ଓ ୩ଟି ସାମୁହିକ ଅଭିଯୋଗ ଥିଲା | ବିଭିନ୍ନ ସାମୁହିକ ଅଭିଯୋଗକୁ ଜିଲ୍ଲାପାଳ ତଦନ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୫ଜଣଙ୍କୁ ସହାୟତା ଯୋଗାଇ ଦିଆଯାଇଛି | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଏସ.ପି ମିସ ସାରା ଶର୍ମା,ପୌର ନିର୍ବାହୀଅଧିକାରୀ ଶ୍ରୀ ଅଶୋକ କୁମାର ରାଉତ,ଉପଜିଲ୍ଲାପାଳ ଶ୍ରୀ ରଜନୀକାନ୍ତ ସ୍ବାଇଁ,ଅତିରିକ୍ତ ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କ ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତଥିଲେ |

LEAVE A REPLY

Please enter your comment!
Please enter your name here