ନବରଙ୍ଗପୁର ଜିଲ୍ଲାପାଳଙ୍କ ପ୍ରଶଂସନୀୟ କାର୍ଯ୍ୟ

0
703

ନବରଙ୍ଗପୁର ୭/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ନବରଙ୍ଗପୁର ସଦର ବ୍ଲକ ଅଧୀନ ସାନମସିଗାଁ ଯିବା ରାସ୍ତାରେ ଗୁରୁତର ଅବସ୍ଥାରେ ପଡିଥିବା ଜଣେ ଯୁବଚାଷୀକୁ ଉଦ୍ଧାର କରିଥିଲେ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ଅଜିତ କୁମାର ମିଶ୍ର |
null
ସୋମବାର ଦିନ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ଅଜିତ ମିଶ୍ର ଏହି ରାସ୍ତା ଦେଇ ସାନମସିଗାଁ ପଂଚାୟତ ସଦର ମହକୁମାଠାରେ ହେବାକୁ ଥିବା ଜନଶୁଣାଣୀ କାର୍ଯ୍ୟକ୍ରମକୁ ଯାଉଥିଲେ | କୋଡ଼ିଗାଁ -ସାନମସିଗାଁ ରାସ୍ତାରେ ଏହି ଚାଷୀ ଜଣକ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ ଓ ତାଙ୍କ ପାଟିରୁ ରକ୍ତସ୍ରାବ ହେଉଥିଲା,କଥା କହିପାରୁ ନଥିଲା | ଜିଲ୍ଲାପାଳ ଏହା ଦେଖି ନିଜ ଗାଡିଚାଳକକୁ ଗାଡି ଅଟକାଇବାକୁ କହିଥିଲେ ଓ ଷ୍ଟ୍ରାଚାର ମଗାଇ ଏକ ଅଟୋ ଦ୍ୱାରା ଚାଷୀକୁ ମସିଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ | ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ | ବ୍ୟକ୍ତି ଜଣକ ଭାଟି ଗାଁର ଗୋବିନ୍ଦ ମାଝୀ ଓ ସେ ପରିବା ବିକ୍ରିକରି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଥିଲା | ଜିଲ୍ଲାପାଳଙ୍କ ଏହି କାର୍ଯ୍ୟ ହେଉଛି ମାନବିକତାର ଜ୍ୱଳନ୍ତ ଉଦାହରଣ ଓ ଏହି କାର୍ଯ୍ୟଦ୍ୱାରା ସେ ପ୍ରସଂଶାରପାତ୍ର ହୋଇପାରିଛନ୍ତି |

LEAVE A REPLY

Please enter your comment!
Please enter your name here