ଆଜି ଜନ୍ମ ମାଟିରେ ପହଞ୍ଚିବେ ଜଗା କାଳିଆ

0
701

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଓଡିଶା ଫେରୁଛନ୍ତି ଜଗା କାଳିଆ । ଗତକକାଲି ସଂଧ୍ୟା ୫ଟାରେ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା ଅଭିମୁଖେ ବାହାରିଛନ୍ତି । ଏସସିବି ମେଡିକାଲର ୨ଜଣ ଡାକ୍ତରଙ୍କ ସହ ୪ ଜଣିଆ ଏମ୍ସର ଏକ ଡାକ୍ତରୀ ଦଳ ସେମାନଙ୍କ ସହ ଆସୁଛନ୍ତି । ୨୫ ଅଗଷ୍ଟ ୨୦୧୭ ରେ ପ୍ରଥମ ବିରଳ ଅପରେସନ ହୋଇଥିଲା ଏହି ଯୋଡା ମୁଣ୍ଡ ଶିଶୁଙ୍କର । ଏଥିରେ ୧୨୫ ଜଣ ଡକ୍ତରଙ୍କ ଟିମ ଲାଗିଥିବା ବେଳେ ୨୫ ଘଣ୍ଟା ଲାଗିଥିଲା ।ସେହିପରି ଦ୍ୱିତୀୟ ସର୍ଜରୀ ୨୫ ଅକ୍ଟୋବର ୨୦୧୭ରେ ହୋଇଥିଲା। ଯୋଉଦିନ ୨ ଶିଶୁ ସଂପୂର୍ଣ୍ଣ ଅଲଗା ହୋଇଥିଲେ। ଏବଂ ସର୍ଜରୀ ପାଇଁ ୨୪ ଘଣ୍ଟା ଲାଗିଥିଲା। ତା ପରର କିଛି ମାସ ପିଲାଙ୍କ ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା। ଅପରେସନର ସଂପୂର୍ଣ୍ଣ ପ୍ରକ୍ରିୟାରେ ୯ଟି ଆନେସ୍ଥେସିଆ ପ୍ରୋସିଜରର ହୋଇଥିଲା। ଦିଲ୍ଲୀ ଏମ୍ସର ଡାକ୍ତର ଦୀପକ ଗୁପ୍ତାଙ୍କ ସହ ଏମ୍ସର ୨ ଜଣ ଡାକ୍ତର ଡାକ୍ତର ଗିରିଜା ରଥ ଏବଂ ଡାକ୍ତର କିରଣ କୁମାରଙ୍କ ସହ ୧୧ ଜଣିଆ ଟିମ ଜଗା-କାଳିଆଙ୍କୁ ନେଇ ଓଡିଶା ଆସୁଛନ୍ତି ।
ଜଗା-ବଳିଆଙ୍କୁ ଓଡ଼ିଶା ନିଆଯିବା ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି ଏକ ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାରକୁ ଜଗା-ବଳିଆ କିପରି ସହ୍ୟ କରିପାରିଲେ ଚିକିତ୍ସା ବିଜ୍ଞାନ ପାଇଁ ଏହା ଏକ ଗବେଷଣାର ବିଷୟ। ଓଡ଼ିଶାର କନ୍ଧମାଳ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଏହି ଯମଜ ଶିଶୁଙ୍କୁ ଏମ୍ସର ୭୫ ଜଣ ଡାକ୍ତର ଓ ୫୦ ଜଣ ନର୍ସ ଦୀର୍ଘ ୪୫ ଘଣ୍ଟାର ଅପରେସନ ପରେ ଅଲଗା କରିବାରେ ଯେଭଳି କୃତକାର୍ଯ୍ୟ ହୋଇଛନ୍ତି ବାସ୍ତବରେ ଏହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା। ଡାକ୍ତରୀ ଦଳର କରୁଣା ମନୋଭାବ ଏବଂ ପ୍ରତିବଦ୍ଧତା ଯୋଗୁଁ ଏଭଳି ଏକ ଅସାଧାରଣ ଉପଲବ୍ଧି ହାସଲ ହୋଇଛି। ଏମ୍ସ ଡାକ୍ତରୀ ଦଳର ଟିମ ଏଫୋର୍ଟ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ରୂପେ ଉଦାହରଣ।

LEAVE A REPLY

Please enter your comment!
Please enter your name here