ଲଘୁଚାପ ଜନିତ ବର୍ଷା ଦ୍ଵାରାବ୍ରହ୍ମପୁର ସହରର ଆମ୍ବପୁଆ ସ୍ଥିତ ଗାୟତ୍ରୀ ନଗର ଏବଂ ଭୀମା ନଗର ଆଦି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି

0
608

ବ୍ରହ୍ମପୁର ୭/୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ସୋମବାର ଠାରୁ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ବର୍ଷାରେ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ ବର୍ଷା ଜଳ ସହିତ ନର୍ଦ୍ଦମା ଜଳ ମିଶି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ସହରର ଆମ୍ବପୁଆ ସ୍ଥିତ ଗାୟତ୍ରୀ ନଗର ଏବଂ ଭୀମା ନଗର ଆଦି ଅଞ୍ଚଳରେ ନର୍ଦ୍ଦମା ଜଳ ନିଷ୍କାସନ ହୋଇନପାରି ବର୍ଷା ଜଳ ସହିତ ମିଶି ରାସ୍ତା ଉପରେ ଅପରିଷ୍କାର ଜଳ ଭାସୁଥିଲା । ବୁଧବାର ସକାଳୁ ନର୍ଦ୍ଦମା ଜଳ ରାସ୍ତା ଉପରେ ଭାସି ପୁତିଗନ୍ଧମୟ ପରିବେଶ ସୃଷ୍ଟି କରିଥିବା ବେଳେ ଅସ୍ୱାସ୍ଥ୍ୟକର ପରିବେଶରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିଲା । ବୁଧବାର ସକାଳୁ ଯୁବ ନେତା ତଥା ସମାଜସେବୀ ସଞ୍ଜୟ କୁମାର ପାଣୀଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ଅଞ୍ଚଳ ଗୁଡିକରେ ବର୍ଷା ଜଳ ଏବଂ ଅପରିଷ୍କାର ଆବର୍ଜନା ଜଳ ନିଷ୍କାସନ ନେଇ ଉଦ୍ୟମ ଆରମ୍ଭ କରିଥିଲେ । ହିଟାଚି ମେସିନ୍ ଜରିଆରେ ନର୍ଦ୍ଦମା ସବୁ ସଫେଇ କରିଥିଲେ । ପରେ ବର୍ଷା ଜଳ ଏବଂ ନର୍ଦ୍ଦମା ଜଳ ନିଷ୍କାସନ ହୋଇପାରିଥିଲା । ପ୍ରବଳ ଝଡି ବର୍ଷାରେ ମଧ୍ୟ ସଞ୍ଜୟହ୍କ ସମେତ ବୁଟୁ ପାଣିଗ୍ରାହୀ, ବିଜୟ ସାହୁ, ସୁନୀଲ ଏବଂ ଅନ୍ୟାନ୍ୟ ସହଯୋଗୀ ମାନେ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here